କରୋନା ଭାଇରସ ସମଗ୍ର ବିଶ୍ୱରେ ବ୍ୟାପିସାରିଛି। ଏଥିରୁ ରକ୍ଷା ପାଇବା ପାଇଁ ସତର୍କତା ଏକମାତ୍ର ବିକଳ୍ପ। କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର କୌଣସି ଟିକା ଆସିନାହିଁ। ତେଣୁ ସାମାଜିକ ଦୂରତ୍ୱ ରକ୍ଷା କରିବା ସହ ମାସ୍କ ପିନ୍ଧିବାକୁ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। ଏପରି କରିବା ଦ୍ୱାରା ଏହି ସଂକ୍ରମଣ ହେବାର ଆଶଙ୍କା ବହୁତ କମିଥାଏ। କିନ୍ତୁ ଏହାରି ମଧ୍ୟରେ ଜଣେ ନବଜାତ ଶିଶୁ ଏମିତି କିଛି କରିଛି, ଯାହାକୁ ପୁରା ବିଶ୍ୱ ଅପେକ୍ଷାକରି ରହିଛି।
ଦୁବାଇର ଡାକ୍ତର ସମୀର ଚୌବେ ନିଜର ଇଷ୍ଟ୍ରାଗ୍ରାମ୍ରେ ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ଜଣେ ନବଜାତ ଶିଶୁ ତାଙ୍କ ମୁହଁରୁ ମାସ୍କକୁ ଟାଣି ଧରିଥିବା ଦେଖିବାକୁ ମିଳୁଛି। ଫଟୋ ଶେୟାରକରି ଡାକ୍ତର ସମୀର କ୍ୟାପ୍ଶନରେ ଲେଖିଛନ୍ତି, ମାସ୍କ ଖୋଲିଦେବା ସମୟ ଆସୁଥିବା ଆଶା କରାଯାଉଛି। ଏହି ଫଟୋକୁ ସେ ଫେସବୁକ୍ରେ ମଧ୍ୟ ଶେୟାର କରିଛନ୍ତି। ଏହା ଖୁବ୍ ଭାଇରାଲ ହେବାରେ ଲାଗିଲି। ଲୋକେ ଏହାକୁ ପସନ୍ଦ ମଧ୍ୟ କରୁଛନ୍ତି।