ନୂଆଦିଲ୍ଲୀ,୧୪।୭: ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ସୋମବାର ଡେରାଡୁନ ରେଲଓ୍ବେ ଷ୍ଟେଶନର ସାଇନ ବୋର୍ଡରେ ସଂସ୍କୃତ ଲେଖାଥିବା ଏକ ଫଟୋ ଶେୟାର କରିଥିଲେ। ଯେଉଁଥିରେ ଡେରାଡୁନକୁ ସଂସ୍କୃତରେ ଡେହରାଡୁନମ୍ ଲେଖା ଯାଇଥିବା ଦେଖାଯାଇଛି। ସାଇନ ବୋର୍ଡରେ ଉର୍ଦ୍ଧ୍ୱୁକୁ ବାଦ୍ ଦେଲେ ଇଂରାଜୀ ଓ ହିନ୍ଦୀରେ ଡେରାଡୁନ ଲେଖା ଯାଇଥିବା ଦେଖିବାକୁ ମିଳିଥିଲା। ରେଲଓ୍ବେ ଅଧିକାରୀମାନେ ଏଭଳି ସାଇନ୍ ବୋର୍ଡ ଲଗାଯାଇ ନ ଥିବା କହିଛନ୍ତି। ଦିଲ୍ଲୀର ଉତ୍ତର ରେଲଓ୍ବେର ଜଣେ ଅଧିକାରୀ କହିଛନ୍ତି ସଂସ୍କୃତରେ କୌଣସି ଲେଖା ଲେଖାଯାଇ ନାହିଁ। ତେଣୁ ପୋଲିସ କହିଛି ଏହା ସୋସିଆଲ ମିଡିଆରେ ସ୍ବତନ୍ତ୍ର ଭାବେ ତିଆରି କରାଯାଇଛି।