Categories: ଫୁରସତ

ପାଣି ଭିତରେ ଫୁଲରେ ତିଆରି ହୋଇଛି ଭଗବାନ ଶ୍ରୀକୃଷ୍ଣଙ୍କ ଛବି, ଭିଡିଓ ଦେଖିଲେ…

ସମଗ୍ର ବିଶ୍ୱରେ କୁଶଳୀ ପ୍ରତିଭାଙ୍କର ଅଭାବ ନାହିଁ। ଅନେକ ଥର ଏହିପରି ପ୍ରତିଭା ଆଖି ସାମ୍ନାକୁ ଆସିଥାଏ, ଯାହା ବିଶ୍ୱାସ କରିବା ଆମ ପକ୍ଷେ କଷ୍ଟକର ହୋଇଥାଏ। ଅନେକ କଳାକାର ଅଛନ୍ତି,ଯେଉଁମାନେ ସେମାନଙ୍କର କଳାକୁ ନେଇ ବେଶ୍‌ ବିସ୍ମିତ। ସୋସିଆଲ ମିଡିଆରେ ଏହିପରି ଏକ କଳାର ଭିଡିଓ ଶେୟାର କରାଯାଇଛି, ଯାହାକୁ ଦେଖିଲେ ନିଜ ଆଖିକୁ ବିଶ୍ୱାସ କରିହେବନି। ଯେଉଁମାନଙ୍କର ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ଭକ୍ତି ରହିଛି, ସେମାନଙ୍କ ମନ ଖୁସିରେ ନାଚି ଉଠିବ। ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତିମୂର୍ତ୍ତି ପାଣି ଭିତରେ ବିଭିନ୍ନ ଫୁଲରେ ତିଆରି ହୋଇଛି। ଯାହାକି ଅତ୍ୟନ୍ତ ଆକର୍ଷଣୀୟ।

 

@mpparimal ନାମକ ଏକ ଟୁଇଟର ପେଜ୍‌ରେ ଏହି ଭିଡିଓଟି ଶେୟାର କରାଯାଇଛି। ଭିଡିଓରେ ଏକ ନଦୀ ଭିତରେ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତିମୂର୍ତ୍ତି ତିଆରି ହୋଇଛି। ପୂର୍ବରୁ ଆପଣ ନିଶ୍ଚିତ ଭାବରେ କାଗଜ, କାଠ ଏବଂ ବାଲିରେ ନିର୍ମିତ ଅନେକ କଳାକୃତି ଦେଖିଥିବେ। କିନ୍ତୁ ପାଣି ଭିତରେ ଏପରି ମୂର୍ତ୍ତି ତିଆରି ହେବା ହୁଏତ ଦେଖି ନ ଥିବେ। ଅନେକ ଥର ଏହି ଭିଡିଓ ଦେଖିବା ପରେ ବିଶ୍ୱାସ ହେବନି ଯେ, ପ୍ରବାହିତ ନଦୀରେ ଏପରି କିପରି ସମ୍ଭବ? ଭଗବାନଙ୍କ ମୂର୍ତ୍ତି ଯେତିକି ସୁନ୍ଦର ତା’ଠୁ ଅଧିକ ସୁନ୍ଦର କଳାକାରଙ୍କ ପ୍ରତିଭା। ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି।

ଭିଡିଓ ଶେୟାର କରାଯାଇ ଏଥିରେ କ୍ୟାପଶନ ଲେଖାଯାଇଛି, ‘ଭାରତୀୟ କଳାକାରମାନେ ପ୍ରକୃତରେ ଦକ୍ଷ’! ନଦୀ ଜଳ ଉପରେ ଖୋଦିତ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତିମୂର୍ତ୍ତି ଲୋକଙ୍କୁ ଅଧିକ ପ୍ରଭାବିତ କରୁଛି। ଅନେକ ଲୋକଙ୍କ ମନରେ ଏହି ପ୍ରଶ୍ନ ଉଠିପାରେ, ଫୁଲରେ ନିର୍ମିତ ଏହି ପ୍ରତିଛବି କାହିଁକି ଜଳର ତରଙ୍ଗ ସତ୍ତ୍ୱେ ଖରାପ ହେଉନାହିଁ। ଏହି ଭିଡିଓକୁ ଭଲଭାବେ ଦେଖିଲେ ଜାଣିପାରିବେ ଯେଉଁଠାରେ ଭଗବାନଙ୍କ ପ୍ରତିଛବି ତିଆରି ହୋଇଛି ତା’ ଚାରିପାଖରେ ଏକ ବର୍ଗାକାର ସୀମା ନିର୍ଦ୍ଧାରିତ ହୋଇଛି। ଏହା ଭିତରେ ବିଭିନ୍ନ ରଙ୍ଗରେ ଫୁଲର ପ୍ରତିଛବି କରାଯାଇଛି। ଯାହାଦ୍ୱାରା ଢେଉ ଆସିଲେ ମଧ୍ୟ ଫୁଲ ନଷ୍ଟ ହେଉନାହିଁ। ଏହା କେବଳ ଏକ କଳାର ରୂପ ନୁହେଁ, ଏହା ଏକ ମନର ଖେଳ ମଧ୍ୟ।

Share