ପୂର୍ବତନ ସ୍ତ୍ରୀଙ୍କୁ ଡେଟ୍‌ କରୁଛନ୍ତି ବିଶ୍ୱର ସବୁଠୁ ହ୍ୟାଣ୍ଡସମ

ବିଶ୍ୱର ସବୁଠୁ ହ୍ୟାଣ୍ଡସମ  ତଥା ବଲିଉଡ୍‌ ଷ୍ଟାର ହ୍ରିତିକ ରୋଶନ ରୋଶନ ପୂର୍ବତନ ପତ୍ନୀ ସୁଜେନ ଖାନଙ୍କୁ ଏବେ ମଧ୍ୟ ଡେଟ୍‌ କରୁଛନ୍ତି। ହ୍ରିତିକ ତାଙ୍କ ପୂର୍ବତନ ପତ୍ନୀଙ୍କୁ ମୁଭି ଡେଟ୍‌ରେ ମୁମ୍ବାଇ ଏକ ଥିଏଟରକୁ ନେଇଯାଇଥିଲେ। ସେଠାରେ ଗାଲ୍‌ ଗାଡଟ୍‌ଙ୍କ ଫିଲ୍ମ ‘ଓ୍ବାଣ୍ଡର ଓମେନ ୧୯୮୪’ର ମଜା ନେଇଥିଲେ ଦୁହେଁ। ଏ ନେଇ ସେ ସୋସିଆଲ ମିଡିଆ ଯୋଗେ ସୂଚନା ଦେଇଛନ୍ତି। କ୍ୟାପଶନରେ ଲେଖିଛନ୍ତି, ଯେଉଁଠି ମନ ଥାଏ, ସେଇଟା ହିଁ ଘର। ସିନେମା ଫେରିଛି। ଆଇନକ୍ସ ଓ ରାଜେନ୍ଦରଙ୍କ ଯୋଗୁ ସୁରକ୍ଷିତ ଭାବେ ଫିଲ୍ମର ମଜା ନେଇପାରିଛି।

ଭୋଭିଡ୍‌-୧୯ ପରିସ୍ଥିତିରେ ଛୁଆଙ୍କ ଯତ୍ନ ନେବା ପାଇଁ ସୁଜେନ ଅସ୍ଥାୟୀ ଭାବେ ଘରକୁ ଫେରି ଆସିଥିବା ନିକଟରେ ସୂଚନା ଦେଇଥିଲେ ହ୍ରିତିକ। ଏହି ଦମ୍ପତ୍ତିଙ୍କ ଦୁଇଟି ପୁଅ (ହ୍ରେହାନ୍‌ ଓ ହ୍ରିଧାନ) ରହିଛନ୍ତି। ଦୁହିଁଙ୍କ ମଧ୍ୟରେ ୨୦୧୪ରେ ବିବାହ ବିଚ୍ଛେଦ ଘଟିଥିଲା।

Share