ନୂଆଦିଲ୍ଲୀ: ରିଲାଏନ୍ସ ରିଟେଲ ଭେଞ୍ଚର୍ସରେ ପବ୍ଲିକ ଇନ୍ଭେଷ୍ଟମେଣ୍ଟ ଫଣ୍ଡ (ପିଆଇଏଫ୍) ୯୫୫୫ କୋଟି ଟଙ୍କା ନିବେଶ କରିବ। ଫଳରେ ଏହା ରିଲାଏନ୍ସ ରିଟେଲରେ ୨.୦୪% ଅଂଶଧନ ହାସଲ କରିବ। ଏଭଳି ନିବେଶ ଦ୍ୱାରା ଭାରତୀୟ ବଜାରରେ ନିଜର ଉପସ୍ଥିତି ବଢାଇବା ଲାଗି ପିଆଇଏଫ୍ ଯୋଜନା ରଖିଛି। ଏହା ପୂର୍ବରୁ ଏହି କମ୍ପାନୀ ଜିଓ ପ୍ଲାଟ୍ଫର୍ମରେ ୨.୩୨% ଅଂଶଧନ ହାସଲ କରିଛି। ପିଆଇଏଫ୍ର ଏହି ନିବେଶକୁ ରିଲାଏନ୍ସ ପରିବାର ପକ୍ଷରୁ ସ୍ବାଗତ କରାଯାଉଛି ବୋଲି ଗ୍ରୁପ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଛନ୍ତି। ରିଲାଏନ୍ସରେ ଏହି କମ୍ପାନୀ ଏକ ଭାଲ୍ୟୁ ପାର୍ଟନର ଭାବେ ଉଭା ହୋଇଛି। ନୂଆ ନିବେଶ ଦେଶର ରିଟେଲ କ୍ଷେତ୍ରକୁ ଦୃଢୀକରଣ ଦିଗରେ ସହାୟକ ହେବ ବୋଲି ଅମ୍ବାନୀ ଆଶାବାଦୀ ରହିଛନ୍ତି।