‘ମୁଁ ପ୍ରଧାନମନ୍ତ୍ରୀ ହେଲେ ଭାରତ ସହ ସମ୍ପର୍କକୁ ସୁଦୃଢ କରିବି’, କାନାଡିୟ ବିରୋଧୀ ଦଳର ନେତାଙ୍କ ବୟାନ

ଓଟାଓ୍ବା,୨୫।୧୦: ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟା ପରେ ଭାରତ ଏବଂ କାନାଡା ସମ୍ପର୍କରେ ତିକ୍ତତା ବୃଦ୍ଧି ପାଇଛି। ଇତି ମଧ୍ୟରେ କାନାଡା ସଂସଦରେ ବିରୋଧୀଦଳର ନେତାଙ୍କ ବିବୃତ୍ତି ସାମ୍ନାକୁ ଆସିଛି। କାନାଡାର କନଜରଭେଟିଭ୍‌ ପାର୍ଟିର ମୁଖ୍ୟ ତଥା ବିରୋଧୀ ଦଳର ନେତା ପିୟରେ ପୋଇଲିଭ୍ରେ କହିଛନ୍ତି ଯେ, ଯେତେବେଳେ ସେ କାନାଡାର ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବେ ସେତେବେଳେ ସେ ଭାରତ ସହ କାନାଡାର ସମ୍ପର୍କକୁ ପୁଣି ମଜଭୁତ କରିବେ।

ଏକ ସାକ୍ଷାତକାରରେ ପୋଇଲିଭ୍ରେ କହିଛନ୍ତି, ଆମକୁ ଭାରତ ସରକାରଙ୍କ ସହ ଏକ ବୃତ୍ତିଗତ ସମ୍ପର୍କ ଆବଶ୍ୟକ। ଭାରତ ହେଉଛି ବିଶ ବିଶ୍ୱର ସବୁଠୁ ବଡ ଗଣତନ୍ତ୍ର ଏବଂ ମତଭେଦ ରହିବା ଏବଂ ପରସ୍ପରକୁ ଉତ୍ତରଦାୟୀ କରିବା ଠିକ୍‌, କିନ୍ତୁ ଆମକୁ ଏକ ବୃତ୍ତିଗତ ସମ୍ପର୍କ ରଖିବା ଆବଶ୍ୟକ। ଏହାକୁ ବଜାୟ ରଖିବାକୁ ହେବ ଏବଂ ଯେତେବେଳେ ମୁଁ ଏହି ଦେଶର ପ୍ରଧାନମନ୍ତ୍ରୀ ହେବି, ମୁଁ ଏହି ସମ୍ପର୍କକୁ ପୁନଃ ସ୍ଥାପନ କରିବି ବୋଲି ସେ କହିଛନ୍ତି।

Share