ଇତିମଧ୍ୟରେ ସ୍ପେନ୍ର ଗବେଷକ ଜୁଆନ୍ କାର୍ଲୋସ ଚାଇନାର ଏକ ବିଜ୍ଞାନାଗାରରେ (ତାଙ୍କ ଦେଶରେ ଏ ଗବେଷଣାକୁ ଅନୁମତି ନ ଥିବାରୁ) ଘୁଷୁରିଠାରେ ମଣିଷର କାଣ୍ଡକୋଷିକା ପ୍ରତିରୋପଣ କରି ତହିଁରୁ ବିଭିନ୍ନ ଅଂଶ ଉତ୍ପନ୍ନ କରିବା ଲାଗି ଉଦ୍ୟମ କରିଥିଲେ। ତେବେ ଏଥିରେ ସେ ସଫଳ ହୋଇ ପାରି ନଥିଲେ। ଏଣୁ ଘୁଷୁରି ବଦଳରେ ମାଙ୍କଡ଼ ଦେଇ ସେ ଏହା ପୁନର୍ବାର କଲେ। ଫଳରେ ଭ୍ରୂଣଟିଏ ଉତ୍ପନ୍ନ ହେଲା, ଯାହାର ଅଂଶଗୁଡ଼ିକ ମଣିଷଠାରେ ସହଜରେ ପ୍ରତିରୋପଣ କରାଯାଇ ପାରିବ।
ବର୍ତ୍ତମାନ ‘ଜେନୋଟ୍ରାନ୍ସପ୍ଲାଣ୍ଟେସନ୍’ କ୍ଷେତ୍ରରେ ସର୍ବୋଚ୍ଚ ସଫଳତା ରୂପେ ଜିନ୍ ସଂପାଦିତ ଘୁଷୁରିର ଏଇ ହୃତ୍ପିଣ୍ଡ ପ୍ରତିରୋପଣକୁ ଗଣନା କରାଯାଉଛି। ଏହା ପ୍ରତିରୋପିତ ହୋଇଛି ଡ୍ରାଭିଡ୍ ବ୍ରେନେଟ୍ ନାମକ ଜନୈକ ବ୍ୟକ୍ତିଙ୍କଠାରେ। ସେ ଜୀବନଘାତକ ଆର୍ଥତ୍ଥମିଆ ରୋଗରେ ପୀଡ଼ିତ ଥିବାରୁ ଏବଂ ପ୍ରାୟ ୬ ମାସ ଧରି ହୃତ୍ପିଣ୍ଡ ଫୁସ୍ଫୁସ୍ ଯନ୍ତ୍ର ସାହାଯ୍ୟରେ ବଞ୍ଚତ୍ ରହିଥିଲେ। ଅବସ୍ଥା ଏପରିଥିଲା ଯେ, ତାଙ୍କଠାରେ ଅନ୍ୟ ଜଣେ ମଣିଷର ହୃତ୍ପିଣ୍ଡ କିମ୍ବା କୃତ୍ରିମ ହୃତ୍ପିଣ୍ଡ ପ୍ରତିରୋପଣ ସମ୍ଭବ ନ ଥିଲା। ସେଥିପାଇଁ ଡାକ୍ତରମାନେ ଏ ଦିଗରେ ଚିନ୍ତା କଲେ ଏବଂ ତାଙ୍କୁ ଏଥିରେ ଥିବା ସମ୍ଭାବ୍ୟ ବିପଦ ସମ୍ପର୍କରେ ଅବଗତ କରାଇଥିଲେ। ତେବେ ନିଶ୍ଚିତ ମୃତ୍ୟୁ ଅପେକ୍ଷା ବଞ୍ଚତ୍ବା ପାଇଁ ଏବର ସର୍ବଶ୍ରେଷ୍ଠ ଉଦ୍ୟମ ଶ୍ରେୟସ୍କର ବୋଲି ମତ ଦେଇ ସେ ଏଥିରେ ସମ୍ମତି ପ୍ରଦାନ କଲେ। ତତ୍ପରେ ଆମେରିକାର ଖାଦ୍ୟ ଓ ଓଷଧ ପ୍ରଶାସନରେ ଅନୁମୋଦନ ନେଇ ଏଥିପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା।
ଦୀର୍ଘ ୮ ଘଣ୍ଟା ଧରି ଚାଲିଥିବା ଏବର ଜଟିଳ ଅସ୍ତ୍ର ଚିକିତ୍ସାରେ ଗ୍ରିଫିଥ୍ଙ୍କ ପ୍ରମୁଖ ସହଯୋଗୀ ଥିଲେ କରାଚୀ ମେଡିକାଲ କଲେଜର ପୂର୍ବତନ ଡାକ୍ତର ମହମ୍ମଦ ମୋହରଉଦ୍ଦିନ୍। ତାଙ୍କ ମତରେ ଏବେ ରୋଗୀର ଅବସ୍ଥା ସ୍ଥିର ରହିଛି ଏବଂ ସେଥିପାଇଁ ତାଙ୍କଠାରୁ ହୃତ୍ପିଣ୍ଡ-ଫୁସ୍ଫୁସ୍ ଯନ୍ତ୍ର କାଢ଼ି ନେବା କଥା ଚିନ୍ତା କରାଯାଉଛି।
ୟୁନିଭରସିଟି ଅଫ୍ ମେରିଲ୍ୟାଣ୍ଡ ମେଡିକାଲ ସ୍କୁଲର ପ୍ରେସିଡେଣ୍ଟ ଡାକ୍ତର ମୋହନ ସୁନ୍ଥାଙ୍କ ସୂଚନା ଅନୁସାରେ ଉପରୋକ୍ତ ପ୍ରକ୍ରିୟାରେ ଜିନ୍ ସଂପାଦନା ଲାଗି ମଣିଷଠାରେ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ଥିବା ୬ଟି ଜିନ୍ ଘୁଷୁରିର ଜିନୋମ୍ରୁ କାଢି ନିଆ ଯାଇଥିଲା ଏବଂ ତା’ ଅଂଶକୁ ମଣିଷ ଦ୍ୱାରା ଗ୍ରହଣୀୟ କରିବା ଲାଗି ଉଦ୍ଦିଷ୍ଟ ୪ଟି ଜିନ୍ ସେଠାରେ ଭରି ଦିଆଯାଇଥିଲା। ଅତଏବ ତାହାର ସମୁଦାୟ ୧୦ଟି ଜିନ୍କୁ ସମ୍ପାଦିତ କରାଯାଇଥିଲା। ଏ କାର୍ଯ୍ୟ କରିଥିଲେ ଭର୍ଜିନିଆର ବାୟୋଟେକ୍ କମ୍ପାନୀ ‘ରେଭିଭାଇକର’। ତା’ ପରେ ତା’ଠାରୁ ହୃତ୍ପିଣ୍ଡଟି କାଢ଼ି ନେଇ ପ୍ରତିରୋପଣ କରାଗଲା। ତାଙ୍କ ମତରେ ଏ ରୋଗୀ ଯଦି ୬ମାସ କିମ୍ବା ତଦୂର୍ଦ୍ଧ୍ୱ କାଳ ବଞ୍ଚତ୍ ରୁହନ୍ତି, ତେବେ ଏହାକୁ ଏକ ପୂର୍ଣ୍ଣାଙ୍ଗ ସଫଳତା ବୋଲି ଗ୍ରହଣ କରାଯିବ। ତାହା ନ ହେଲେ ମଧ୍ୟ ଏହା ହେବ ପ୍ରତିରୋପଣ ଚିକିତ୍ସା ବିଜ୍ଞାନରେ ଏକ ଯୁଗାନ୍ତକାରୀ ଘଟଣା। କାରଣ, ଘୁଷୁରି ସମେତ ଅନ୍ୟାନ୍ୟ ଜୀବଜନ୍ତୁଙ୍କଠାରୁ ପ୍ରତିରୋପଣକ୍ଷମ ଅଂଶ ସଂଗ୍ରହ କରିବାର ପଥ ଏହା ଦ୍ୱାରା ଉନ୍ମୁକ୍ତ ହୋଇଛି। ଅତଏବ ଏହାରି ଅଭାବରୁ ପ୍ରତିବର୍ଷ ବିଶ୍ୱରେ ପ୍ରାଣ ହରାଉଥିବା ପ୍ରାୟ ୬ ନିୟୁତ ବ୍ୟକ୍ତିଙ୍କ ଜୀବନ ରକ୍ଷା ହେବାର ସମ୍ଭାବନା ଏହା ଦ୍ୱାରା ଉଜ୍ଜ୍ୱଳ ହୋଇପାରୁଛି।
(ଶେଷ ଭାଗ)
– ପ୍ର. ରମେଶ ଚନ୍ଦ୍ର ପରିଡ଼ା
ଉଷା ନିବାସ, ୧୨୪/୨୪୪୫
ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ : ୯୯୩୭୯୮୫୭୬୭