Categories: ଫୁରସତ

ପ୍ରିନ୍ସ ହ୍ୟାରିଂଙ୍କ ଚିତ୍ର ଆଙ୍କି ଚର୍ଚ୍ଚାରେ ଏହି ଘୁଷୁରି, ଏତିକି ଲକ୍ଷ ଟଙ୍କାରେ ହେଲା ବିକ୍ରି

ଯଦି ଆପଣଙ୍କୁ କୁହାଯାଏ ଯେ, ଏକ ଘୁଷୁରି  ଭଲ ଚିତ୍ର ଆଙ୍କୁଛି। ତେବେ ଏହାକୁ ବିଶ୍ୱାସ କରିବା ଟିକେ କଷ୍ଟକର ହେବ। କିନ୍ତୁ ପିଗ୍‌କାସୋ ନାମକ ଏକ ଘୁଷୁରି ଦୀର୍ଘ ବର୍ଷ ଧରି ପେଣ୍ଟିଂ କରି ଆସୁଛି। ଖାଲି ଏତିକି ନୁହେଁ, ଏହା ମାଧ୍ୟମରେ ସେ ଭଲ ରୋଜଗାର ବି କରୁଛି। ଏହି ଘୁଷୁରି ବ୍ରିଟେନର ପ୍ରିନ୍ସ ହ୍ୟାରିଙ୍କ ଚିତ୍ର ଆଙ୍କିଥିଲା। ନିକଟରେ ପ୍ରିନ୍ସ ହ୍ୟାରିଙ୍କ ପେଣ୍ଟିଂ ସ୍ପେନର ଜଣେ ବ୍ୟକ୍ତି ୨.୩୬ ଲକ୍ଷ ଟଙ୍କାରେ କିଣିଛନ୍ତି।

ପିଗ୍‌କାସୋ ଚାରି ବର୍ଷ ପୁରୁଣା ଏବଂ ଏପର୍ଯ୍ୟନ୍ତ ତାଙ୍କ ଚିତ୍ରରୁ ମୋଟ ୫୦ ଲକ୍ଷ ୨୩ ହଜାର ଟଙ୍କା ରୋଜଗାର କରିଛନ୍ତି। ଏହି ଘୁଷୁରିର ମାଲିକର ନାମ ଜୋନ୍‌ ଲେଫସନ। ପିଗ୍‌କାସୋ ଏବଂ ଲେଫ୍‌ସନ ଦକ୍ଷିଣ ଆଫ୍ରିକାରେ ରୁହନ୍ତି।

ଏକ ରିପୋର୍ଟ ଅନୁଯାୟୀ, ଘୁଷୁରି ଆଙ୍କୁଥିବା ଚିତ୍ରରୁ ଜୋନ୍‌ ଯାହା ରୋଜଗାର କରନ୍ତି ଏଥିରେ ସେ ଅନ୍ୟ ପଶୁମାନଙ୍କର ଯତ୍ନ ନିଅନ୍ତି। ପିଗ୍‌କାସୋ ଏହା ପୂର୍ବରୁ ବ୍ରିଟେନର ରାଣୀ ଏଲିଜାବେଥ୍‌ଙ୍କ ଚିତ୍ର ମଧ୍ୟ ତିଆରି କରିଥିଲା। ଯାହାକି ୨ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା। ଜୋନ ଲେଫସନ ପିଗ୍‌କାସୋକୁ ଏକ ଅବଟୋଏରରୁ ଘରକୁ ଆଣିଥିଲେ। ବହୁତ କମ୍‌ ଲୋକ ଜାଣନ୍ତି ଯେ, ଘୁଷୁରି ସ୍ମାର୍ଟ ଏବଂ ବୁଦ୍ଧିମାନ ଗୃହପାଳିତ ପଶୁମାନଙ୍କ ମଧ୍ୟରୁ ଗୋଟିଏ। ଏହା ଏକ ଗୃହପାଳିତ ପଶୁ। ଯାହାକୁ ତାଲିମ ଦିଆଯାଇପାରିବ

Share