Categories: ଫୁରସତ

ପାରାକୁ ଧରିବାକୁ ରଚିଥିଲେ ମାଷ୍ଟର ପ୍ଲାନ, ଏକ ବିଲେଇ ବିଗାଡି ଦେଲା ସବୁକିଛି

ପ୍ରତିଦିନ ସୋସିଆଲ ମିଡିଆରେ କିଛିନା କିଛି ଫଟୋ, ଭିଡିଓ ଭାଇରାଲ ହେଉଛି, ଯେଉଁ ସବୁ ଫଟୋ  ଭିଡିଓକୁ ଦେଖି  କିଛି ସିଖିବା ସହିତ  ହସର ଖୋରାକ ମିଳୁଛି। ବିଲେଇକୁ ପ୍ରାୟ  ସମସ୍ତେ  ଭଲପାନ୍ତି। ସେମାନଙ୍କୁ ନେଇ ମଧ୍ୟ ଅଧିକ ମେମ୍‌ କରାଯଏ।  ତେବେ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଠି  ସୁନ୍ଦର ବିଲେଇଙ୍କ ଚତୁରତାକୁ ଏକ ବିଲେଇ ନଷ୍ଟ କରି ଦେଉଛି। ସେମାନେ ରଚିଥିବା ଏକ ମାଷ୍ଟର ପ୍ଲାନ୍‌କୁ କ୍ଷଣିକେ ବିଗାଡ଼ି ଦେଉଛି ଏକ ବିଲେଇ।
ଭିଡିଓରେ ଏକ କଳା କାର ଉପରେ ଏକ ପାରା ବସିଥିବା ଦେଖିବାକୁ ମିଳୁଛି।  ତଳେ ୩ ବିଲେଇ ସେମାନଙ୍କୁ ଧରିବାକୁ ଯୋଜନା କରିଥିଲେ। ପାରାକୁ ଧରିବାକୁ ଗାଡିର ଚକା ଧରି ସେମାନେ ଉପରକୁ ଚଢ଼ିବାକୁ ଚେଷ୍ଟା କରୁଥିଲେ। ମାତ୍ର ସେହି ସମୟରେ ସେମାନଙ୍କ ମଧ୍ୟରୁ ଏକ ବିଲେଇ ଯୋଜନା ବଦଳାଇ  ପାରାକୁ ଆଗପଟେ ଧରିବାକୁ  ପ୍ରୟାଶ କରିବା  ସମୟରେ  ପାରାଟି ଉଡିଯାଉଛି। ସବୁ ଯୋଜନା ପଣ୍ଡ ହୋଇଯାଉଛି।  ତେବେ ଏହି ଭିଡିଓଟି ବିଶୃଙ୍ଖଳା ସୃଷ୍ଟି କରୁଥିବା ସେହି ସବୁ ସାଙ୍ଗମାନଙ୍କ ପାଖକୁ ସୋସିଆଲ ମିଡିଆ ଗ୍ରୁପ୍‌ରେ ବେଶି ଶେୟାର କରାଯାଉଛି।
Share