Categories: ଜାତୀୟ

ଦିଲ୍ଲୀ ସେବା ନିୟନ୍ତ୍ରଣ ଆଇନ ବିରୋଧରେ ପିଆଇଏଲ୍‌

ନୂଆଦିଲ୍ଲୀ,୧୨ା୯: ଦିଲ୍ଲୀ ସେବା ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଆଣିଥିବା ଆଇନକୁ ଚ୍ୟାଲେଞ୍ଜ କରି ଦାଏର ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌)ରେ ହସ୍ତକ୍ଷେପ କରିବାକୁ ସୋମବାର ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଉକ୍ତ ଆଇନରେ ଜାତୀୟ ରାଜଧାନୀର ସେବା ନିୟନ୍ତ୍ରଣ କ୍ଷମତା ନିର୍ବାଚିତ ସରକାରଙ୍କୁ ନିଆ ନ ଯାଇ ଦିଲ୍ଲୀର ଉପରାଜ୍ୟପାଳଙ୍କ ଉପରେ ନ୍ୟସ୍ତ କରାଯାଇଥିବାରୁ ଏହାକୁ ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରାଯାଇଥିଲା। ଦିଲ୍ଲୀ ସରକାରଙ୍କ ଏଭଳି ଏକ ଆବେଦନକୁ ଖାରଜ କରିଦିଆଯାଇଥିବା ସୁପ୍ରିମକୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ କହିଥିଲେ, ଦିଲ୍ଲୀ ସରକାର ସଂଶୋଧିତ ଆଇନକୁ ଚ୍ୟାଲେଞ୍ଜ କରିଥିବାରୁ ସାନି ପିଆଇଏଲ୍‌ର ଆବଶ୍ୟକତା ନାହିଁ। ଆଇନଜୀବୀ ମୁକେଶ କୁମାର ଏହି ଜନସ୍ବାର୍ଥ ମାମଲା ଦାଏର କରିଥିଲେ।

Share