ନୂଆଦିଲ୍ଲୀ ,୧୭।୧୨(ଆଇଏଏନ୍ଏସ୍): ଭିତ୍ତିଭୂମି ପ୍ରକଳ୍ପ ପ୍ରସଙ୍ଗରେ ଜନସ୍ବାର୍ଥ ମାମଲା (ପିଆଇଏଲ୍) ବ୍ଲାକ୍ମେଲ୍ର ମାଧ୍ୟମ ହୋଇପାରେ ବୋଲି ସୁପ୍ରିମକୋର୍ଟ ଶୁକ୍ରବାର ଟିପ୍ପଣୀ ଦେଇଛନ୍ତି। ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ପିଆଇଏଲ୍ ଦ୍ୱାରା ସର୍ବାଧିକ ଟାର୍ଗେଟ କରାଯାଉଥିବା ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ୍ ପି.ଏସ୍. ନରସିଂହଙ୍କ ଖଣ୍ଡପୀଠ କହିଛନ୍ତି। ମୁମ୍ବାଇରେ ଜମି ପ୍ଲଟ୍ ପୁନଃ ବିକାଶ ବିରୋଧରେ ଏକ ପିଟିଶନକୁ ଶୁଣାଣି ଲାଗି ଗ୍ରହଣ କରିବାକୁ ଖଣ୍ଡପୀଠ ମନା କରିଦେଇଛନ୍ତି। ଉକ୍ତ ପିଟିଶନ ପଛରେ ମନ୍ଦ ଉଦ୍ଦେଶ୍ୟ ରହିଥିବା ବମ୍ବେ ହାଇକୋର୍ଟ ଜାଣିବାକୁ ପାଇଥିଲେ।