ହାଇକୋର୍ଟରେ ପିଆଇଏଲ୍‌

କଟକ ଅଫିସ୍‌, ୧୦ା୩: ରାଜ୍ୟର ଶିମିଳିପାଳ ଅଭୟାରଣ୍ୟ ସମେତ ୩୦୦ରୁ ଊର୍ଦ୍ଧ୍ୱ ଜଙ୍ଗଲରେ ପ୍ରାୟ ମାସେ ହେବ ନିଅଁା ଲାଗିଛି। ଏହା କମିବା ପରିବର୍ତ୍ତେ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏପରି କି କେବଳ ଶିମିଳିପାଳର ୧୪୨୮ଟି ସ୍ଥାନରେ ନିଅଁା ଲାଗିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ନିଅଁା ଲିଭାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ୍ରାଫ୍‌ ଟିମ୍‌କୁ ବିଭିନ୍ନ ସ୍ଥାନକୁ ପଠାଇଛନ୍ତି। ଏପରି କି ଏହାକୁ କିପିରି ନିୟନ୍ତ୍ରଣ କରାଯାଇପାରିବ ସେଥିପାଇଁ ପିସିସିଏଫ୍‌ଙ୍କ ନେତୃତ୍ୱରେ ଏକ ୯ଜଣିଆ ଟାକ୍ସ ଫୋର୍ସ ମଧ୍ୟ ଗଠନ କରାଯାଇଛି। ତେବେ ଜଙ୍ଗଲରେ ଲାଗିଥିବା ନିଅଁାକୁ ଆୟତ୍ତ କରିବାରେ ରାଜ୍ୟ ସରକାର ଏବଂ ବନ ବିଭାଗ ବିଫଳ ହୋଇଥିବା ଅଭିଯୋଗ କରି ଭାରତୀୟ ବିକାଶ ପରିଷଦ ପକ୍ଷରୁ ମଙ୍ଗଳବାର ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା(ପିଆଇଏଲ୍‌) ରୁଜୁ କରାଯାଇଛି। ଏଥିରେ ବନ ବିଭାଗର ପ୍ରମୁଖ ସଚିବ ଏବଂ ରାଜ୍ୟ ବନ ବିଭାଗ ଉନ୍ନୟନ ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକଙ୍କୁ ପକ୍ଷଭୂକ୍ତ କରାଯାଇଛି। ପ୍ରତିପକ୍ଷଙ୍କୁ ତୁରନ୍ତ ନୋଟିସ ଜାରି କରିବା ସହ ସେମାନଙ୍କ ବିରୋଧରେ କାହିଁକି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ ସେଥିପାଇଁ ପଦକ୍ଷେପ ନେବାକୁ ଆବେଦନରେ ପ୍ରାର୍ଥନା କରାଯାଇଛି।

Share