Categories: ଜାତୀୟ

ତୀର୍ଥଯାତ୍ରା ପାଲଟିଲା ଶେଷଯାତ୍ରା, ୬ ଶ୍ରଦ୍ଧାଳୁ ମୃତ…

ବେଙ୍ଗାଲୁରୁ,୫।୧ : କର୍ନାଟକର ଚିଞ୍ଚନୁରରେ ବୁଧବାର-ଗୁରୁବାର ବିଳମ୍ବିତ ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରଦ୍ଧାଳୁମାନଙ୍କୁ ନେଇ ଯାଉଥିବା ଗାଡି ଏକ ଗଛ ସହିତ ଧକ୍କା ହୋଇଛି। ଫଳରେ ତୀର୍ଥଯାତ୍ରା ଶେଷଯାତ୍ରା ପାଲଟିଛି। ଏହି ଘଟଣାରେ ୬ଜଣଙ୍କର ମୃତ୍ୟୁ ଘଟିଛି। ପୋଲିସ ସୂଚନାନୁସାରେ, ଘଟଣାସ୍ଥଳରେ ୫ଜଣଙ୍କର ମୃତ୍ୟୁ ଘଟିଥିଲା। ଡାକ୍ତରଖାନାକୁ ନିଆଯିବା ସମୟରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୋଲିସ କହିଛି ଯେ ଶ୍ରଦ୍ଧାଳୁମାନେ ବେଲଗାଭିର ହୁଲକୁଣ୍ଡ ଗ୍ରାମରୁ ସଭାଦତ୍ତିର ୟାଲମ୍ମା ମନ୍ଦିରକୁ ଯାଉଥିଲେ। ବାଟରେ ଡ୍ରାଇଭର ଗାଡିର ନିୟନ୍ତ୍ରଣ ହରାଇବାରୁ ଏହା ଗଛକୁ ଧକ୍କା ଦେଇଥିଲା। ଏହି ଘଟଣାରେ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ପରିବାରବର୍ଗ ପାଇଁ କର୍ନାଟକ ଜଳସେଚନ ମନ୍ତ୍ରୀ ଗୋବିନ୍ଦ କରଜୋଲ ପାଞ୍ଚ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି।

Share