ଦାରିଙ୍ଗବାଡି, ୧୨। ୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ହାତୀମୁଣ୍ଡା ପଞ୍ଚାୟତ ତପଭୂମି ଋଷିମାଳଠାରେ ମହାବାରୁଣୀ ବୁଡ଼ ପାଇଁ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ଏହି ପ୍ରରିପ୍ରେକ୍ଷୀରେ ହୋମ, ପୂଜା କରାଯାଇ ଶୁଭଖୁଣ୍ଟିକୁ ସ୍ଥାପନ କରାଯାଇଥିଲା। ସ୍ବାମୀ ସତ୍ୟାନାନନ୍ଦ ଗିରିଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆସନ୍ତା ୨୬ ଠାରୁ ୨୮ ପର୍ଯ୍ୟନ୍ତ ମହାବାରୁଣୀ ମହୋତ୍ସବ ଅନୁଷ୍ଠିତ ହେବ। ଏହି ପ୍ରରିପ୍ରେକ୍ଷୀରେ ନାମ ଯଜ୍ଞ ସମେତ ଘୃତ, ଅର୍ନ୍ନ, ଦୀପ ଯଜ୍ଞ ଆଦି ଅନୁଷ୍ଠିତ ହେବ। ଏଥିସହ ଭଜନ, କୀର୍ତ୍ତନ, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି କରାଯିବାକୁ ମହାବାରୁଣୀ ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି। ଏହି ଦିନମାନଙ୍କରେ ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ସେଠାକୁ ଆସୁଥିବା ନଜିର ରହିଥିବାରୁ ବ୍ୟାପକ ବ୍ୟବସ୍ଥା କରାଯିବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି। ରାଜ୍ୟ ତଥା ରାଜ୍ୟ ବାହାରୁ ଏଠାକୁ ଶ୍ରଦ୍ଧାଳୁମାନେ ଆସିବା କାର୍ଯ୍ୟକ୍ରମ ରହିଛି।