Categories: ଜାତୀୟ

ତୀର୍ଥଯାତ୍ରା ହେଲା ମହାଯାତ୍ରା: ସଡ଼କ ଦୁର୍ଘଟଣାରେ ୧୪ ମୃତ

କୁରନୋଲ,୧୪।୨: ତୀର୍ଥଯାତ୍ରା ପାଲଟିଛି ମହାଯାତ୍ରା। ଆନ୍ଧ୍ରପ୍ରଦେଶର କୁରନୋଲ ଜିଲାର ଭେଲଡୁରୁଟି ଗାଁଠାରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ମିନି ବସ୍‌ ଏବଂ ଟ୍ରକ୍‌ ମଧ୍ୟରେ ଧକ୍କା ଘଟିଛି। ଜାତୀୟ ରାଜପଥରେ ରବିବାର ଭୋର୍‌ ୪ଟା ସମୟରେ ଘଟିଥିବା ଏହି ସଡ଼କ ଦୁର୍ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଥିବା ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ୪ ଜଣ ଶିଶୁଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଉଦ୍ଧାର ହୋଇଥିବା ଫୋନ୍‌ ଏବଂ ଆଧାର କାର୍ଡରୁ ପୋଲିସ ସବିଶେଷ ତଥ୍ୟ ସଂଗ୍ରହ ଜାରି ରଖିଛି। ୧୮ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ମିନିବସ୍‌ ନିୟନ୍ତ୍ରଣ ହରାଇ ରୋଡ୍‌ ଡିଭାଇଡରରେ ପିଟି ହୋଇ ଟ୍ରକ୍‌କୁ ଧକ୍କା ଦେଇଥିଲା। ପରେ ମିନି ବସ୍‌ଟି ଓଲଟି ପଡ଼ିଥିଲା।

Share