Categories: ଜାତୀୟ

ଗୁରୁବାରଠୁ ଆରମ୍ଭ ଅମରନାଥ ଯାତ୍ରା, ଜମ୍ମୁରେ ପହଞ୍ଚୁଛନ୍ତି ଯାତ୍ରୀ

ଶ୍ରୀନଗର,୨୯।୬: ଦୁଇ ବର୍ଷର ବ୍ୟବଧାନ ପରେ ଗୁରୁବାରଠୁ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଅମରନାଥ ଯାତ୍ରା । ଯାତ୍ରାର ଗୋଟିଏ ଦିନ ପୂର୍ବରୁ ଶ୍ରଦ୍ଧାଳୁମାନେ ଶ୍ରୀନଗରେ ପହଞ୍ଚିବା ଆରମ୍ଭ କରି ସାରିଛନ୍ତି। ଉପରାଜ୍ୟପାଳ ମନୋଜ ସିହ୍ନା ନିଜେ ପତାକା ଦେଖାଇ ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି । ସ୍ବତନ୍ତ୍ର ବସ ଯୋଗେ ଶ୍ରଦ୍ଧାଳୁଙ୍କୁ ବେସ କ୍ୟାମ୍ପକୁ ପଠାଯାଇଛି । ସେଠାରେ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ମଧ୍ୟ କରାଯାଇଛି । ଯାତ୍ରୀଙ୍କ ସ୍ବାସ୍ଥ୍ୟ ସୁରକ୍ଷା ସମ୍ପର୍କିତ ଦିଗକୁ ମଧ୍ୟ ଦୃଷ୍ଟି ଦିଆଯାଉଛି । ସେହିପରି ଯାତ୍ରାର ସୁରକ୍ଷା ବ୍ୟବସ୍ଥା କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳକୁ ଦିଆଯାଇଛି ।

Share