Categories: ଜାତୀୟ

‘ନିଆଁ ଲାଗିବା ପରେ ପାଇଲଟ ସ୍ଥିତି ସମ୍ଭାଳି ନେଇଥିଲେ’

ନୂଆଦିଲ୍ଲୀ,୧୯।୬: ରବିବାର ସ୍ପାଇସ୍‌ ଜେଟ୍‌ ବିମାନରେ ଲାଗିଥିବା ନିଆଁର ତଦନ୍ତ କରାଯିବ ବୋଲି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ) କୁହାଯାଇଛି। । ବିମାନ ଉଡୁଥିବାବେଳେ ବାମ ଡେଣା ଏବଂ ଇଞ୍ଜିନରେ ଏକ ପକ୍ଷୀ ମାଡ଼ ହେବାରୁ ବିମାନରେ ଅଗ୍ନିଶିଖା ଦେଖାଦେଇଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏପରି କି ବିମାନର ଗୋଟିଏ ଇଞ୍ଜିନ ବନ୍ଦ ହୋଇଯାଇଥିଲା। ଫଳରେ ପାଇଲଟ ବିମାନକୁ ପାଟନା ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲେ। ବିମାନରେ ଅଗ୍ନିଶିଖା ଦେଖାଦେବା ପରେ ପାଇଲଟ ସ୍ଥିତିକୁ ଭଲଭାବେ ସମ୍ଭାଳି ନେଇଥିବା ସ୍ପାଇସ୍‌ ଜେଟ୍‌ର ଫ୍ଲାଇଟ ଅପରେଶନ ମୁଖ୍ୟ ଗୁରୁଚରଣ ଆରୋରା କହିଛନ୍ତି।

ସୂଚନାଯୋଗ୍ୟ, ୧୮୫ ଜଣ ଯାତ୍ରୀଙ୍କୁ ନେଇ ଦିଲ୍ଲୀର ଏକ ସ୍ପାଇସ୍‌ ଜେଟ୍‌ ବିମାନ ଉଡ଼ାଣ ପରେ ବିମାନରେ ଅଗ୍ନିଶିଖା ଦେଖାଦେଇଥିଲା । ଫଳରେ ପାଇଲଟ ବିମାନକୁ ପାଟନା ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲେ। ହେଲେ ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ବୋଲି ପାଟନା ବିମାନ ବନ୍ଦର କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି।

Share