Categories: ଫୁରସତ

୮ ମାସ ଧରି କରୋନା ସହ ଲଢୁଥିଲେ ପାଇଲଟ, ସ୍ତ୍ରୀଙ୍କ ପାଇଁ ପାଇଲେ ନୂଆ ଜୀବନ

କରୋନା ମହାମାରୀ ବେଶ୍‌ କିଛି ଲୋକଙ୍କ ଜୀବନଙ୍କୁ ପ୍ରଭାବିତ କରିଛି। ଏହି ମହାମାରୀ ଚାଲିଥିବା ସମୟରେ କିଛି ଲୋକଙ୍କ ଅଦମ୍ୟ ସାହସ ମଧ୍ୟ ସାମ୍ନାକୁ ଆସିଛି। ଏମିତି ଏକ ଘଟଣା ଲଣ୍ଡନର ଜଣେ ପାଇଲଟ୍‌ଙ୍କ କ୍ଷେତ୍ରରେ ଘଟିଛି। ଗତ ୮ ମାସ ତଳେ ପାଇଲଟ ଜଣକ କରୋନାରେ ପୀଡ଼ିତ ହୋଇଥିଲେ। ଏବେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଲଣ୍ଡନରେ ରହୁଥିବା ନିକୋଲସ ଗତବର୍ଷ ମାର୍ଚ୍ଚ ମାସରେ ଆମେରିକା ବୁଲିବାକୁ ଯାଉଥିଲେ। ଯେତେବେଳେ ତାଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହେଲା ସେ ୟୁଟି ହେଲ୍‌ଥ ଆଣ୍ଡ୍‌ ମେମୋରିଆଲ ହର୍ମନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ଦେହ ଏତେ ଖରାପ ହୋଇଯାଇଥିଲା ଯେ, ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ନିକୋଲସଙ୍କର ଅଙ୍ଗ କିଛି କାମ କରୁ ନ ଥିଲା। ତାଙ୍କ ସ୍ତ୍ରୀ ହସ୍ପିଟାଲରେ ରହି ତାଙ୍କୁ ସାହସ ଦେଉଥିଲେ। ନିକୋଲସ କୁହନ୍ତି, ତାଙ୍କ ସ୍ତ୍ରୀ ନ ଥିଲେ ସେ ନୂଆ ଜୀବନ ପାଇ ନ ଥାନ୍ତେ। ତାଙ୍କର ସର୍ପୋଟ ମୋତେ ନୂଆ ଜୀବନ ଦେଇଛି। ଫଳରେ ମୁଁ ମୋ’ ପିଲାମାନଙ୍କ ନିକଟକୁ ଯାଇପାରିବି। ଏବେ ମଁୁ ସାଙ୍ଗସାଥୀଙ୍କୁ ଭେଟିବା ପାଇଁ ବେଶ୍‌ ଉତ୍ସାହିତ ବୋଲି ନିକୋଲସ କହିଛନ୍ତି।

Share