Categories: ଫୁରସତ

ସମୁଦ୍ରରେ ପହଁରୁଛି ଗୋଲାପୀ ଡଲ୍‌ଫିନ୍‌, ଭିଡିଓ ଦେଖିଲେ…

ଲୁଧିଆନା ଉପକୂଳବର୍ତ୍ତୀ ମେକ୍ସିକୋ ଗଲ୍ଫରେ ଗତ ସପ୍ତାହରେ ଏକ ବିରଳ ଗୋଲାପୀ ଡଲ୍‌ଫିନ୍‌ ପହଁରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ସୋସିଆଲ ମିଡିଆରେ ଏକ ସ୍ପ୍ଲାସ ସୃଷ୍ଟି କରୁଛି। ଏହା ଦେଖି ଲୋକମାନେ ନିଜ ଆଖିକୁ ବି ବିଶ୍ୱାସ କରିପାରୁନାହାନ୍ତି।

ଏକ ରିପୋର୍ଟ ଅନୁଯାୟୀ, ଗତ ୨୦ ବର୍ଷ ଧରି ଏହି ଅଞ୍ଚଳରେ ମତ୍ସ୍ୟଜୀବୀ ଥିବା ଥରୁମାନ ଗୁଷ୍ଟିନ ଏହି ଭିଡିଓର ଶୁଟିଂ କରିଥିଲେ। ସେ ଜୁଲାଇ ୧୨ରେ କାମେରୁନ ପ୍ୟାରିସର ଗଲ୍ଫ ଅଫ୍‌ ମେକ୍ସିକୋ ନିକଟରେ ଦୁଇଟି ଗୋଲାପୀ ଡଲ୍‌ଫିନ୍‌ ଦେଖିଥିଲେ। ଏହାର ଭିଡିଓ ରେକର୍ଡିଂ କରି ଫେସ୍‌ବୁକ୍‌ରେ ପୋଷ୍ଟ କରିଥିଲେ। ଯାହା ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଗୁଷ୍ଟିନ କହିଛନ୍ତି, ଏହି ଅଞ୍ଚଳରେ ଅନେକ ଡଲ୍‌ଫିନ୍‌ ଅଛନ୍ତି, କିନ୍ତୁ ସେ ଦେଖିଥିବା ଦୃଶ୍ୟ ଆଶ୍ଚର୍ଯ୍ୟଜନକ ଥିଲା।

ଗୁଷ୍ଟିନ କହିଛନ୍ତି, ମୁଁ ପାଣି ତଳେ କିଛି ଦେଖିଲି। ଅନୁଭବ କଲି ଏହା ସ୍ବାଭାବିକ ନୁହେଁ । ମୁଁ ଡଙ୍ଗାକୁ ଅଟକାଇ ଏହି ସୁନ୍ଦର ଗୋଲାପୀ ଡଲ୍‌ଫିନ୍‌ର ଫଟୋ ଉଠାଇଲି। ରେକର୍ଡିଂ ବି କଲି। ଏହା ବହୁତ ସୁନ୍ଦର ଦେଖାଯାଉଥିଲା। ସେ କହିଛନ୍ତି, ମୁଁ ଭାଗ୍ୟବାନ ଯେ, ଏହା ଦେଖିଲି।

ଦକ୍ଷିଣ ଆମେରିକାର ମଧୁର ଜଳ ନଦୀ ଅବବାହିକାରେ ଗୋଲାପୀ ଡଲ୍‌ଫିନ୍‌ ବାସ କରୁଥିବା କୁହାଯାଏ। କିନ୍ତୁ ଗୁଷ୍ଟିନ୍‌ କୁହନ୍ତି, ମୁଁ କେବେବି ଦେଖି ନ ଥିଲି। ସବୁଠୁ ଅଧିକ ସେଠାରେ ଆପଣ ବଟଲନୋଜ ଡଲ୍‌ଫିନ୍‌ ଦେଖିବେ, ଯାହା ସାଧାରଣତଃ ବାଦାମୀ ରଙ୍ଗର ହୋଇଥାଏ। ଆପଣ ସେମାନଙ୍କୁ ସହଜରେ ମେକ୍ସିକୋ ଗଲ୍ଫରେ ଦେଖିପାରିବେ। ବ୍ଲୁ ଓ୍ବାଲର୍‌ଡ ଇନଷ୍ଟିଚ୍ୟୁଟ୍‌ ଅନୁଯାୟୀ ଗୋଲାପୀ କିମ୍ବା ଧଳା ଡଲ୍‌ଫିନ୍‌ ଅତ୍ୟନ୍ତ ବିରଳ ଏବଂ ଅନେକ ସମୟରେ ଆଲବିନିଜିମ କାରଣରୁ ଏପରି ହୋଇଥାଏ।

Share