ଢିଙ୍କିଆ ପଞ୍ଚାୟତ ନିର୍ବାଚନରେ ସ୍ବାଭିମାନ ମଞ୍ଚ ପ୍ରାର୍ଥିନୀ ପିଙ୍କି ଦାସ ବିଜୟୀ

କୁଜଙ୍ଗ,୬।୧୦(ମନୋଜ ପ୍ରଧାନ): ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକର ବହୁଚର୍ଚ୍ଚିତ ଢିଙ୍କିଆ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଶନିବାର କଡା ସୁରକ୍ଷା ବଳୟ ମଧ୍ୟରେ ବ୍ଲକ କାର୍ଯ୍ୟାଳୟରେ ଶେଷହୋଇଛି। ସରପଞ୍ଚ ପଦରେ ଶିଳ୍ପ ବିରୋଧୀ ଓ କଂଗ୍ରେସ ସମର୍ଥିତ ସ୍ବାଭିମାନ ମଞ୍ଚ ପ୍ରାର୍ଥିନୀ ପିଙ୍କି ଦାସ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଶାନ୍ତିଲତା ବେହେରାଙ୍କୁ ୧୦୪୬ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି। ଏହି ନିର୍ବାଚନରେ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥିନୀ ଶାନ୍ତିଲତା ବେହେରା, ଭାଜପା ସମର୍ଥିତ ପ୍ରାର୍ଥିନୀ ବାସନ୍ତୀ ଖଟୁଆ ଓ ସ୍ବାଭିମାନ ମଞ୍ଚ ପ୍ରାର୍ଥିନୀ ପିଙ୍କିଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା। ପିଙ୍କି ୨୯୨୭ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାବେ ଶାନ୍ତିଲତା ୧୮୮୧ ଖଣ୍ଡ ଭୋଟ ପାଇଛନ୍ତି। ବାସନ୍ତୀ ୧୮୪୬ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି। ପଞ୍ଚାୟତରେ ସରପଞ୍ଚ ପଦ ନିମନ୍ତେ ୬,୭୧୦ ଖଣ୍ଡ ଭୋଟ ବାକ୍ସରେ ପଡ଼ିଥିବା ବେଳେ ସେଥିରୁ ୫୬ ଖଣ୍ଡ ଭୋଟ ନାକଚ ହୋଇଥିବା ନିର୍ବାଚନ ଅଧିକାରୀ ତଥା ଏରସମା ବିଡିଓ ଲମ୍ବୋଦର ଖୁଣ୍ଟିଆ କହିଛନ୍ତି। ବାଲିକୁଦା ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର ବିଜୟୀ ପ୍ରାର୍ଥିନୀ ପିଙ୍କିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ପଞ୍ଚାୟତର ୨୩ ୱାର୍ଡ ମଧ୍ୟରୁ ୯ ନମ୍ବର ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି। ମାତ୍ର ସେଠାରେ କୌଣସି ଅନୁସୂଚିତ ଜନଜାତି ବର୍ଗ ନ ଥିବାରୁ କେହି ପ୍ରାର୍ଥତ୍ପତ୍ର ଦାଖଲ କରି ନ ଥିଲେ। ତେବେ ୨୨ ୱାର୍ଡରେ ସଭ୍ୟପଦ ପାଇଁ ୬୪ ଜଣ ପ୍ରାର୍ଥୀ ସେମାନଙ୍କ ମନୋନୟନ ପତ୍ର ଦାଖଲ କରିଥିଲେ। ୨୨ ନମ୍ବର ୱାର୍ଡ ପାଇଁ ୨ ଜଣ ନାମାଙ୍କନପତ୍ର ଦାଖଲ କରିଥିଲେ। ଯାଞ୍ଚ ସମୟରେ ଜଣଙ୍କ ପ୍ରାର୍ଥିପତ୍ର ନାକଚ ହୋଇଯାଇଥିଲା। ଫଳରେ ଅନ୍ୟ ଜଣେ ପ୍ରାର୍ଥିନୀ ମମତା ଦଳାଇ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ। ତେଣୁ ୨୧ଟି ୱାର୍ଡରେ ସଭ୍ୟ ପଦବୀ ନିମନ୍ତେ ଭୋଟ ହୋଇଥିଲା।
୧୯ ନମ୍ବର ୱାର୍ଡର ସଭ୍ୟା ପଦ ପାଇଁ ପ୍ରାର୍ଥିନୀ ହୋଇଥିବା ଅବନ୍ତୀ ଦାସଙ୍କ ପୁଅ ରଞ୍ଜୀବ ଗଣତି ସମୟରେ ତାଙ୍କ ପ୍ରତିନିଧି ଭାବେ ଉପସ୍ଥିତ ଥିଲେ। ମାତ୍ର ଭୋଟ ଗଣତି ସମୟରେ ଏକ ବାଲଟରେ ଦୁଇ ଜାଗା ଷ୍ଟାମ୍ପ ବାଜିଥିବା ଅଭିଯୋଗ କରି ସେ ବାଲଟକୁ ନାକଚ କରିବାକୁ ଦାବି କରିଥିଲେ। କିନ୍ତୁ ନିର୍ବାଚନ ଅଧିକାରୀ ତାଙ୍କ ଦାବିକୁ ଗ୍ରହଣ ନ କରିବାରୁ ଅବନ୍ତୀଙ୍କ ସ୍ବାମୀ ରମେଶ ଦାସ ଏରସମା ବ୍ଲକ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ଶୋଇରହିଛନ୍ତି। ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସେ ଅନଶନ କରିବେ ବୋଲି କହିଛନ୍ତି। ଏନେଇ ପୋଲିସ ଓ ପ୍ରଶାସନର ଚିନ୍ତା ବଢ଼ିଯାଇଛି। ଏହି ଓ୍ବାର୍ଡରେ ୩ ଜଣ ପ୍ରାର୍ଥିନୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଅବନ୍ତୀ ୮୬ ଖଣ୍ଡ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ମମତା ଦାସ ୮୭ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ଅନ୍ୟ ପ୍ରତିଦ୍ୱନ୍ଦ୍ୱୀ ଟୁକୁନି ଦାସ ୭୧ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି।
ନିର୍ବାଚନରେ ଶିଳ୍ପ ସପକ୍ଷବାଦୀ ବିଜେଡିକୁ ଶକ୍ତ ଧକ୍କା ଲାଗିଥିବା କୁହାଯାଉଛି। ଅନ୍ୟପଟେ ବିଜେଡି ସମର୍ଥିତ ପ୍ରାର୍ଥିନୀ ଶାନ୍ତିଲତା ବେହେରାଙ୍କ ପରାଜୟ ପ୍ରଥମ କରି ବିଧାୟକ ହୋଇଥିବା ବିଜେଡି ନେତା ଶାରଦା ପ୍ରସନ୍ନ ଜେନାଙ୍କ ନେତୃତ୍ୱ ପ୍ରତି ଆହ୍ବାନ ସୃଷ୍ଟି ହୋଇଛି। ସେହିପରି ପ୍ରଥମ କରି ରାଜ୍ୟ ଶାସନ ଭାର ନେଇଥିବା ଭାଜପା ପାଇଁ ଢିଙ୍କିଆ ପଞ୍ଚାୟତ ନିର୍ବାଚନ ସମ୍ମାନର ପ୍ରଶ୍ନ ଥିଲା। ସାଧାରଣ ନିର୍ବାଚନ ପରେ ପ୍ରଥମ କରି ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ଭାଜପାର ପରାଜୟକୁ ପୁରୁଣା କର୍ମୀମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। କୌଣସି ପୁରୁଣା ସଙ୍ଗଠକଙ୍କୁ ସାଙ୍ଗରେ ନ ନେବାରୁ ଦଳ ଶୋଚନୀୟ ଭାବେ ପରାଜିତ ହେଲା ବୋଲି ଭାଜପା ନେତା କ୍ଷୀରୋଦ ପରିଡ଼ା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚାରେ ଯାତ୍ରା ଜଗତର ଦୁର୍ଦ୍ଧାନ୍ତ ଖଳନାୟକ ପ୍ରଦୀପ

ଗଞ୍ଜାମ,୧୪।୪,(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡକାଳୀଙ୍କ ଦଣ୍ଡ ପର୍ବ l ଦଣ୍ଡନାଟ ଆରମ୍ଭ ହେବା ମାତ୍ରେ ପୁଣି ଚର୍ଚ୍ଚାକୁ ଆସିଯାନ୍ତି ଯାତ୍ରା...

ସୁନାବେଶରେ ଦର୍ଶନ ଦେଲେ ମା’

କେନ୍ଦୁଝର,୧୪।୪, (ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ଘଟଗାଁର ମା’ ତାରିଣୀ ପୀଠରେ ପଣା ସଂକ୍ରାନ୍ତି ଧୁମ ଧୁମ ଧାମରେ ପାଳନ ହେଉଛି। ସକାଳୁ ସକାଳୁ ମା’ଙ୍କ...

ସମୁଦ୍ରରେ ଚାଲୁଥିଲା ନିଶାର ଭୟଙ୍କର ଖେଳ! ୧୮୦୦ କୋଟିର ମାଲ ଦେଖି ଚମକି ପଡିଲା କୋଷ୍ଟଗାର୍ଡ

ନୂଆଦିଲ୍ଲୀ,୧୪।୪: ଭାରତର ଯୁବ ପିଢ଼ି ଏବଂ ଅର୍ଥନୀତିକୁ ନଷ୍ଟ କରିବା ପାଇଁ ଦେଶର ଶତ୍ରୁମାନେ ନିରନ୍ତର ଅନେକ ପ୍ରକାରର ଷଡ଼ଯନ୍ତ୍ର ରଚନା କରୁଛନ୍ତି। ଏହି ଷଡ଼ଯନ୍ତ୍ରଗୁଡ଼ିକରେ...

ତିରୁମାଲା ମନ୍ଦିରରେ ସବୁ କେଶ ଦାନ କଲେ ଉପ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ, ଜାଣନ୍ତୁ କ’ଣ ରହିଛି କାରଣ

ଅମରାବତି,,୧୪।୪: ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ପତ୍ନୀ ଆନ୍ନା କୋନିଡେଲା ରବିବାର ତିରୁମାଲା ମନ୍ଦିରରେ ତାଙ୍କର ସମସ୍ତ କେଶ ଅର୍ପଣ କରିଛନ୍ତି। ମନ୍ଦିରରେ ତାଙ୍କ...

ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୪ା୪: ମହାବିଷୁବ ପଣାସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି,...

ୟୁକ୍ରେନ ଉପରେ ଚଳିତ ବର୍ଷର ସବୁଠାରୁ ବଡ଼ ଆକ୍ରମଣ କଲା ରୁଷିଆ

କ୍ୱିଭ,୧୪।୪: ରୁଷିଆ ପୁଣିଥରେ ୟୁକ୍ରେନ ଉପରେ ଏକ ବଡ଼ ଆକ୍ରମଣ କରିଛି। ରବିବାର ୟୁକ୍ରେନର ସୁମି ସହରରେ ଚର୍ଚ୍ଚ ପ୍ରାର୍ଥନା ସମୟରେ ରୁଷୀୟ କ୍ଷେପଣାସ୍ତ୍ରଗୁଡ଼ିକ ଧ୍ୱଂସଲୀଳା...

ସରପଞ୍ଚଙ୍କ ସ୍ବାମୀଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ

ଦିଗପହଣ୍ଡି,୧୪ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ସରପଞ୍ଚ ବର୍ଷା ସେଠୀଙ୍କ ସ୍ବାମୀ ପିଣ୍ଟୁ ସେଠୀଙ୍କୁ ଦିଗପହଣ୍ଡି କେନାଲ ସାହିରେ ରହୁଥିବା...

ଟାରିଫ୍‌ ହ୍ରାସ ଅପେକ୍ଷାରେ ବିଦ୍ୟୁତ୍‌ ଉପଭୋକ୍ତା

ଭୁବନେଶ୍ୱର,୧୪।୪(ରବିନାରାୟଣ ଜେନା): କେନ୍ଦ୍ରୀୟ କୋଇଲା ଆଇନ ଓ ଅଧିନିୟମକୁ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇଆରସି) ଉଲ୍ଲଂଘନ କରୁଥିବାରୁ ରାଜ୍ୟରେ ବିଦୁତ୍‌ ଟାରିଫ୍‌ ଅଧିକ ରହିଛି। ନିୟମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image