ଆଜି ସ୍ବର୍ଗଦ୍ୱାରରେ ହେବ ପିଣ୍ଟୁ ନନ୍ଦଙ୍କ ଅନ୍ତିମ ସଂସ୍କାର

ଭୁବନେଶ୍ୱର,୩ା୩(ବ୍ୟୁରୋ): ଓଲିଉଡ୍‌ ଅଭିନେତା ପିଣ୍ଟୁ ନନ୍ଦଙ୍କର ଶୁକ୍ରବାର ପୁରୀ ସ୍ବର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯିବ। ଗୁରୁବାର ରାତିରେ ପିଣ୍ଟୁଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲା। ତାଙ୍କ ଶେଷ ଦର୍ଶନ କରିବା ପାଇଁ କଳାକାର, ପ୍ରଶଂସକ ଏବଂ ସମର୍ଥକମାନେ ବିମାନବନ୍ଦରରେ ପହଞ୍ଚିଥିଲେ।

ଆଜି ସକାଳେ ମଧ୍ୟ ପିଣ୍ଟୁଙ୍କୁ ଶେଷ ଦର୍ଶନ କରିବା ପାଇଁ ଅନେକ ଶୁଭେଚ୍ଛୁଙ୍କ ଭିଡ଼ ଜମିଛି।

Share