ପାଇପ ଫାଟିଛି, ମରାମତି ହେଉନି

ଡୁଙ୍ଗୁରିପାଲି,୧୫ା୫(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଳକ ଦିଗଶିରା ହରିଜନ ପଡାବାସୀ ଏବେ ପାଇପ ପାଣି ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପାଇପ ଫାଟି ଯାଇଥିବାରୁ ଏହି ସମସ୍ୟା ଦେଖାଦେଇଛି। ଦୀର୍ଘଦିନ ହେବ ଏହାର ମରାମତି ନ ହେବାରୁ ଏବେ ପରିସ୍ଥିତି ସଙ୍ଗୀନ ରୂପ ଧାରଣ କରିଛି। ଗ୍ରୀଷ୍ମ ପ୍ରବାହ ମଧରେ ଜଳକଷ୍ଟର ସମ୍ମୁଖୀନ ହେଉଛନ୍ତି ୨ଓ୍ବାର୍ଡ ବିଶିଷ୍ଟ ପଡାର ଲୋକେ। ଅଙ୍ଗନଦୀରୁ ଦିଗଶିରା ଗ୍ରାମକୁ ଜଳଯୋଗାଣ ହେଉଛି । ପଡାରେ ନଳକୂପ ନ ଥିବାରୁ ଲୋକେ ଅଙ୍ଗନଦୀରୁ ଆସିଥିବା ପାଇପ ପାଣି ଉପରେ ନିର୍ଭାର କରିଥାନ୍ତି। ହେଲେ ଜଳ ଯୋଗାଣ ପାଇପ ପଞ୍ଚାୟତ ଅଫିସ ରାସ୍ତା ନିକଟରେ ଫାଟି ଅଯଥାରେ ଭାସି ଯାଉଛି। ଏ ନେଇ ପଡାବାସୀ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇଲେ ମଧ୍ୟ କିଛି ସୁଫଳ ମିଳି ନାହିଁ । ଅବିଳମ୍ବେ ଫାଟି ଥିବା ପାଇପକୁ ମରାମତି କରା ନ ଗଲେ ପଡ଼ାବାସୀ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି। ଏ ନେଇ ବିଭାଗୀୟ ଯନ୍ତ୍ରୀ ରଞ୍ଜନ କୁମାର ପଟେଲଙ୍କୁ ପଚାରିବାରୁ ଗଁାକୁ ଯାଇ ସ୍ଥିତି ଦେଖିଲା ପରେ ମରାମତି କରାଯିବ ବୋଲି କହିଛନ୍ତି ।