ପାଇପ୍‌ ବିଛାଇ ଠିକାଦାର ଫେରାର, ଜଳକଷ୍ଟ ଭୋଗୁଛନ୍ତି ସାମନ୍ତରାପୁରବାସୀ

ଛତ୍ରପୁର,୨୧ା୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧିନସ୍ଥ ଭିକାରୀପଲୀ ପଞ୍ଚାୟତର ସାମନ୍ତରାପୁରରେ ପାନୀୟ ଜଳ ମୁଖ୍ୟ ସମସ୍ୟା। ବିଶେଷକରି ଗ୍ରୀଷ୍ମ ରୁତୁରେ ଏହି ସମସ୍ୟା ଦ୍ୱିଗୁଣିତ ହୋଇଥାଏ। ଯାହାକୁ ଦୃଷ୍ଟିରେ ରଖି ୨୦୨୨-୨୩ରେ ପୂର୍ବତନ ସରକାର ଏହି ଗ୍ରାମକୁ ମେଗା ପାନୀୟ ଜଳ ଯୋଗାଣ ଯୋଜନାରେ ସାମିଲ କରିଥିଲେ ଗାଁରେ ପାଇପ ବିଛା କାର୍ଯ୍ୟ ଜୋରସୋର ହୋଇଥିଲା। ଗତ ସାଧାରଣ ନିର୍ବାଚନର ଅବ୍ୟବସ୍ଥିତ ପୂର୍ବରୁ ଏହି କାର୍ଯ୍ୟର ସମୀକ୍ଷାଠାରୁ ଆରମ୍ଭ କରି ନିର୍ମାଣ କାର୍ଯ୍ୟର ଗତିକୁ ମଧ୍ୟ ବଢ଼ା ଯାଇଥିଲା ଏହି କ୍ରମରେ ଭିକାରୀ ପଲ୍ଲୀ ପଞ୍ଚାୟତର ସମସ୍ତ ଗ୍ରାମରେ ପାଇପ ବିଛା କାର୍ଯ୍ୟ ମଧ୍ୟ ସରିଥିଲା। ଯାହା ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ହେବ ଓ ଘରେ ଘରେ ପାଣି ପହଞ୍ଚିବ ବୋଲି ସାମନ୍ତରାପୁର ଗ୍ରାମବାସୀଙ୍କ ମନରେ ଖୁସିର ଆଶା ସଂଚାର କରିଥିଲା। ହେଲେ ନିର୍ବାଚନରେ ବିଜେଡିର ପରାଜୟ ହେବା ପରେ ଗ୍ରାମବାସୀଙ୍କ ଏହି ଜଳ ସମସ୍ୟା ଦୂରୀକରଣ ଆଶା ଆଶାରେ ରହିଯାଇଛି। ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ହାତେଇଥିବା ଠିକାସଂସ୍ଥା ନିର୍ବାଚନ ପରେ କେଉଁ ଆଡେ ଛୁ ମାରିଛି ତାହାର ଖୋଜଖବର ନାହିଁ ଗ୍ରାମବାସୀଙ୍କ ଘରକୁ ଘର ପାଇପ ବିଛାଇ ଅଧାପନ୍ତରିଆ ଭାବେ ପଡ଼ିରହିଥିବା ବେଳେ ଗ୍ରାମବାସୀ ପାଇପ୍‌କୁ ଚାହିଁ ରହିଛନ୍ତି।
ଅନ୍ୟ ପଟେ ଗ୍ରୀଷ୍ମ ଋତୁରେ ଏହି ପଞ୍ଚାୟତର ବହୁ ଗ୍ରାମରେ ଜଳ ସମସ୍ୟା ପରିଲକ୍ଷିତ ହେଲାଣି। ବିଶେଷକରି ଗ୍ରାମାଞ୍ଚଳରେ ଥିବା ଜଳାଶୟଗୁଡିକ ଶୁଖିବାକୁ ଲାଗିଲାଣି। ଉକ୍ତ ପଞ୍ଚାୟୟତର ସାମନ୍ତରାପୁର, ଗୋଲାପଲୀ, କେଉଟପଲ୍ଲୀ, କେ ବଗଡ଼ପଲ୍ଲୀ ଆଦି ଗାମରେ ଏଭଳି ଜଳାଶୟ ଶୁଖିବା ସହ କୂପ ଓ ନଳକୂପ ଜଳ ହ୍ରାସ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇ ଏହି ପଞ୍ଚାୟତର ଜଳକଷ୍ଟ ଦୂର କରିବା ପାଇଁଁ ନାଗରିକ ମଞ୍ଚ ସଭାପତି ସନ୍ତୋଷ ରଥ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡି ଆଇଆଇସିଙ୍କ ଡିଏସପି ପାହ୍ୟାକୁ ପଦନ୍ନୋତି , ଜିଲାରେ ୬ ଜଣ ଅଧିକାରୀଙ୍କ ପଦନ୍ନୋତି

ଦାରିଙ୍ଗବାଡି, ୨୪ ।୪ (ଅରୁଣ ସାହୁ): ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଆଇଆଇସିମାନଙ୍କୁ ଓପିଏସ ଗ୍ରୁପ-ଏ (ଜୁନିଅର ଶାଖା)ର ଗ୍ରେଡକୁ ପଦୋନ୍ନତି କରାଯାଇଛି। ଏହି...

କଶ୍ମୀର ଟୁର୍‌ ବାତିଲ କରୁଛନ୍ତି ୯୦% ପର୍ଯ୍ୟଟକ

ନୂଆଦିଲ୍ଲୀ, ୨୪।୪: ଜମ୍ମୁ-କଶ୍ମୀରର ପହଲ୍‌ଗାମ ଆତଙ୍କବାଦୀ ଆକ୍ରମଣର ପ୍ରଭାବ ପର୍ଯ୍ୟଟନ କ୍ଷେତ୍ର ଉପରେ ପଡ଼ିଛି। ଲୋକମାନେ ବଡ଼ସଂଖ୍ୟାରେ ଜମ୍ମୁ-କଶ୍ମୀର ଭ୍ରମଣ ପାଇଁ କରିଥିବା ଅଗ୍ରିମ ବୁକିଂକୁ...

ଜାତୀୟ ପଞ୍ଚାୟତିରାଜ ଦିବସ ଏବଂ ଓଡ଼ିଶା

ପଞ୍ଚାୟତ ବ୍ୟବସ୍ଥା ଆଜିର ନୁହେଁ, କେଉଁ ଆବହମାନ କାଳରୁ ଆମ ସମାଜରେ ଏହା ପ୍ରଚଳିତ ହୋଇଆସୁଛି। ସେଥିପାଇଁ ଆମ ଗଁା ଗହଳିରେ କଥା କଥାରେ କହନ୍ତି,...

ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ: ‘ଆଇଏସଆଇଏସ କଶ୍ମୀର’ରୁ ଆସିଲା ଇମେଲ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ତଥା ପୂର୍ବତନ ଭାଜପା ଏମପି ଗୌତମ ଗମ୍ଭୀରଙ୍କୁ ‘ଆଇଏସଆଇଏସ କାଶ୍ମୀର’ ସଂଗଠନରୁ ମୃତ୍ୟୁ ଧମକ ମିଳିଛି। ଏପ୍ରିଲ...

ବାଲେଶ୍ୱରରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ପ୍ରଶାନ୍ତଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା ଘୋଷଣା

ଭୁବନେଶ୍ୱର,୨୪।୪: ପହଲଗାମ ଆକ୍ରମଣକୁ ନେଇ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ଏହି ଘଟଣାରେ ଓଡ଼ିଶାର ୨ଜଣ ପୁଅ ମୃତ୍ୟୁବରଣ କରିଛନ୍ତି। ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କୀ ଆକ୍ରମଣରେ...

କଶ୍ମୀରୀ ଖବରକାଗଜ ପୃଷ୍ଠାରେ ପହଲଗାମ୍‌ ଆକ୍ରମଣର ପ୍ରତିବାଦ

ପହଲଗାମ୍‌,୨୪।୪: ପହଲଗାମ୍‌ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ଘଟିବା ପରେ ବୁଧବାର ଜମ୍ମୁ-କଶ୍ମୀରରୁ ପ୍ରକାଶ ପାଇଥିବା ଖବରକାଗଜଗୁଡ଼ିକରେ ପ୍ରତିବାଦର ସ୍ବର ପ୍ରତିଧ୍ୱନିତ ହୋଇଛି। ଇଂଲିଶ ଓ...

Pahalgam Terror Attack: ନିସ୍ତବ୍ଧ ଇଶାଣୀ ଗାଁ

ବାଲେଶ୍ୱର, ୨୪।୪(ବାଞ୍ଛାନିଧି ଦେ):ବାଲେଶ୍ୱର ସଦର ବ୍ଲକ ସାରଗାଁ ପଞ୍ଚାୟତ ଅଧୀନ ଇଶାଣୀ ଗାଁ ଏବେ ନିସ୍ତବ୍ଧ। ସମସ୍ତେ ହତବାକ୍‌ ଓ ମ୍ରିୟମାଣ। ପ୍ରଶାନ୍ତଙ୍କ ମୃତ୍ୟୁକୁ କେହି...

Pahalgam Terror Attack: ପାକ୍‌କୁ ବଡ଼ ଧମକ ଦେଲା ଭାରତ, ରାଷ୍ଟ୍ରଦୂତଙ୍କୁ ପଠାଇଲା ସମନ

ନୂଆଦିଲ୍ଲୀ,୨୪।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଭାରତ। ଏହାରି ଭିତରେ ସବୁଠୁ ବଡ଼ ଖବର ହେଉଛି, ଭାରତ ପାକିସ୍ତାନୀ ରାଷ୍ଟ୍ରଦୂତଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image