ପୁଣି ରୋଷେଇ ଘରେ ମହଙ୍ଗା ମାଡ: ପ୍ରତି ୟୁନିଟ୍‌ ପିଛା ୨.୬୩ ଟଙ୍କା ବଢ଼ିଲା ପିଏନ୍‌ଜି

ନୂଆଦିଲ୍ଲୀ,୫।୮: ଗତ କିଛି ଦିନରୁ ଦେଶରେ ଲଗାତର ଭାବେ ଦରବୃଦ୍ଧି ପାଇବାରେ ଲାଗିଛି। ଯାହା ଲୋକଙ୍କ ନିଦ ହଜାଇ ଦେଇଛି। ଇତିମଧ୍ୟରେ ଦିଲ୍ଲୀବାସୀଙ୍କୁ ପୁଣିଥରେ ଆଉ ଥରେ ମହଙ୍ଗା ମାଡ଼ ପଡ଼ିଛି। ଆଇଜିଏଲ୍‌ ଗ୍ୟାସର ମୂଲ୍ୟ ବୃଦ୍ଧି କରିଛି। ରାଜଧାନୀର ଘରେ ଘରେ ପାଇପ୍‌ ଦ୍ୱାରା ପ୍ରାକୃତିକ ଗ୍ୟାସ ପହଞ୍ଚୁଥିବା ବେଳେ ଏହାର ଦରଦାମ୍‌ ବୃଦ୍ଧି ପାଇଛି। ଶୁକ୍ରବାର ପିଏନ୍‌ଜି ମୂଲ୍ୟ ପ୍ରତି ୟୁନିଟ୍‌ ପିଛା ୨.୬୩ଟଙ୍କା ବୃଦ୍ଧି ପାଇଥିବା ଜଣାପଡ଼ିଛି। ପିଏନ୍‌ଜି ମୂଲ୍ୟ ବୃଦ୍ଧି ପରେ ଶୁକ୍ରବାର ମହଙ୍ଗା ମାଡ଼ର ଏହା ଦ୍ୱିତୀୟ ଝଟ୍‌କା ବୋଲି କୁହାଯାଉଛି। ଏହାପୂର୍ବରୁ ଆରବିଆଇ ରେପୋ ରେଟ୍‌କୁ ୦.୫୦ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି।

Share