ସନ୍ଧ୍ୟା ୫ଟା ସୁଦ୍ଧା ୬୮.୪୦ ପ୍ରତିଶତ ମତଦାନ

ଭୁବନେଶ୍ୱର,୩୦।୯: ପିପିଲି ଉପନିର୍ବାଚନରେ ସନ୍ଧ୍ୟା ୫ଟା ସୁଦ୍ଧା ୬୮.୪୦ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ ଓ ଏହା ପରେ ଯେଉଁମାନେ ଲାଇନରେ ଥିବେ ସେମାନଙ୍କୁ ପୋଲିଂ ଅଫିସର ଟୋକନ ଦେବେ। ଲାଇନରେ ଥିବା ମତଦାତା ମତଦାନ କରିପାରିବେ। ତେବେ ହରିଦାସପୁର ପଞ୍ଚାୟତ ୨୩ ନମ୍ବର ଜୋନ ଟଙ୍କା ବଣ୍ଟାଯିବା ଘଟଣାର ଅଭିଯୋଗ ହୋଇଛି। ଏ ନେଇ ଘଟଣାର ଅନୁଧ୍ୟାନ କରାଯାଉଛି ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

ସୂଚନା ଅନୁସାରେ, ପିପିଲି ଉପର୍ନିବାଚନ ପାଇଁ ଆଜି କୋଭିଡ କଟକଣା ମଧ୍ୟରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲା। ପିପିଲି ବ୍ଲକର ସମୁଦାୟ ୧୯୯ଟି ବୁଥ ଓ ଡେଲାଙ୍ଗ ବ୍ଲକର ୧୪୯ଟି ବୁଥରେ ମତଦାନ ହୋଇଛି। ୧,୧୯,୨୦୬ ପୁରୁଷ ଭୋଟର ଓ ୧,୧୦,୭୯୦ ମହିଳା ଭୋଟର ମତଦାନ କରିଥିବା ସୂଚନା ମିଳିଛି।

Share