ନବୀନ ନିବାସରୁ ରୁଦ୍ରପ୍ରତାପ ମହାରଥୀ ଟିକେଟ ଆଣିବା ପରେ ମୁହଁ ଖୋଲିଲେ ମା’

ପୁରୀ ଅଫିସ,୨୮।୩: ପିପିଲି ଉପନିର୍ବାଚନ ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ରବିବାର ନବୀନ ନିବାସରୁ ଟିକେଟ ନେଇ ଫେରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ତାଙ୍କୁ ଟିକେଟ ପ୍ରଦାନ କରିଛନ୍ତି। ଏହି ସମୟରେ ତାଙ୍କ ସହ ଭଉଣୀ ପଲ୍ଲବୀ ଓ ଭିଣୋଇ ଅର୍ଦ୍ଧେନ୍ଦୁ ମଧ୍ୟ ଉପସ୍ଥିତ ଥିଲେ। ତେବେ ପିପିଲିରୁ ବିଜେଡି ପ୍ରାର୍ଥୀ କିଏ ହେବେ ଏ ନେଇ ଗତ କିଛିଦିନ ହେଲା ଚାଲିଥିବା ଚର୍ଚ୍ଚାରେ ଶୁକ୍ରବାର ଅନ୍ତ ଘଟିଥିଲା। ରୁଦ୍ରପ୍ରତାପ ମହାରଥୀଙ୍କ ଉପରେ ଭରସା କରି ନବୀନ ପଟ୍ଟନାୟକ ଶୁକ୍ରବାର ତାଙ୍କୁ ବିଜେଡି ପ୍ରାର୍ଥୀଭାବେ ଘୋଷଣା କରିଥିଲେ । ରବିବାର ନବୀନ ନିବାସ ଯାଇ ରୁଦ୍ର ବିଜେଡି ଟିକେଟ ଆଣିଛନ୍ତି। ପରେ ସ୍ବର୍ଗତ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ମୋ ପରିବାର ଭିତରେ ପୂରା ଏକତା ରହିଛି ବୋଲି ସେ କହିଛନ୍ତି। ବାପା ଥିଲେ ପୁଅ ସଭାରେ ହାରେନି । ମାଆ ଥିଲେ ପୁଅ ଦୁନିଆ ଡରେନି । ରୁଦ୍ର ସହ ସହାନୁଭୂତି, ଆଶୀର୍ବାଦ ରହିଛି । ସେ ନିଶ୍ଚୟ ଜିତିବ।

 

Share