ପିପିଲି ଉପନିର୍ବାଚନ: ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୬।୪(ବ୍ୟୁରୋ): ପିପିଲି ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର। ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀ ସେମାନଙ୍କ ପ୍ରଚାରକୁ ଜୋରଦାର କରିଛନ୍ତି। ତେବେ ପ୍ରଚାର ଲାଗି ପିପିଲି ମଇଦାନ୍‌କୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କ ପାଇଁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରିବେ। ହେଲେ କେବେ ମୁଖ୍ୟମନ୍ତ୍ରୀ ନିର୍ବାଚନ ପ୍ରଚାର କରିବେ, ସେନେଇ କିଛି ସ୍ଥିର ହୋଇ ନ ଥିବା ପିପିଲି ପର୍ଯ୍ୟବେକ୍ଷକ ପ୍ରତାପ ଦେବ କହିଛନ୍ତି। କରୋନା କଟକଣା ଭିତରେ ମୁଖ୍ୟମନ୍ତ୍ରୀ ପିପିଲିରେ ପ୍ରଚାର କରିବେ। ପିପିଲି ଉପନିର୍ବାଚନ ରଣନୀତି ନେଇ ସୋମବାର ଅନୁଷ୍ଠିତ ବୈଠକ ପରେ ପର୍ଯ୍ୟବେକ୍ଷକ ଦେବ ଗଣମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ସେହିପରି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ କହିଛନ୍ତି, ପିପିଲିରେ ବିଜେଡି ଭଲସ୍ଥିତିରେ ରହିଛି। ଏଠାକାର ଜନସାଧାରଣ ନବୀନ ସରକାରଙ୍କ ଉପରେ ଭରସା ରଖିଛନ୍ତି। ବିଜେଡି ଚଳିତ ନିର୍ବାଚନରେ ବାଜିମାତ କରିବ।

Share