ପିପିଲି ଉପନିର୍ବାଚନ ସ୍ଥଗିତ

ଭୁବନେଶ୍ୱର,୩।୫: ପିପିଲି ଉପନିର୍ବାଚନକୁ ସୋମବାର ସ୍ଥଗିତ ରଖାଯାଇଛି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଆଧାରରେ ରାଜ୍ୟରେ କୋଭିଡ୍‌ ଲକ୍‌ଡାଉନ୍‌କୁ ଦୃଷ୍ଟିରେ ରଖି ଭାରତୀୟ ନିର୍ବାଚନ କମିଶନ ପିପିଲି ଉପନିର୍ବାଚନକୁ ସ୍ଥଗିତ କରିଛନ୍ତି। ମେ ୧୬ରେ ପିପିଲି ଉପନିର୍ବାଚନ ହେବାର ଥିଲା। ୧୯ ତାରିଖରେ ଭୋଟ ଗଣତି କାର୍ଯ୍ୟକ୍ରମ ରହିଥିଲା। ଏଥିସହିତ ନିର୍ବାଚନ ଆଚରଣବିଧି ଉଠାଇ ଦିଆଯାଇଛି। ପରେ ନିର୍ବାଚନ ସଂକ୍ରାନ୍ତରେ ନୂଆ ବିଜ୍ଞପ୍ତି ପ୍ରକାଶ ପାଇବ।

Share