ବିଜୁ ଜନତା ଦଳର ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ବାପାଙ୍କ ଅଧୁରା ସ୍ୱପ୍ନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପୁରଣ କରିବାକୁ ଆଶା ରଖି, ପିପିଲିର ବିକାଶକୁ ମୁଖ୍ୟ ମୁଦ୍ଧା କରି ନିର୍ବାଚନୀ ବୈତରଣୀ ପାର ହେବାକୁ ଅଶ୍ଟା ଭିଡିଥିବା ବେଳେ ସେପଟେ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦରଦାମ୍ ବୃଦ୍ଧିକୁ ମୁଖ୍ୟ ପ୍ରସଙ୍ଗ କରି ଉପନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ଆଜି ଦୁଇ ପ୍ରମୁଖ ରାଜନୈତିକ ଦଳ ବଜେଡି ଓ କଂଗ୍ରେସର ବହୁ ହେବିୱେଟ ନେତାଙ୍କୁ ଦେଖିବାକୁ ମିଳିଥିଲା ପିପିଲିରେ ।