Advertisement

ପାଠ ନ ଆସିବାରୁ ସ୍କୁଲ ଚାଉଳ ଘର ସଫାକରିବାକୁ ପଠାଇଥିଲେ ଶିକ୍ଷୟିତ୍ରୀ, ପରେ ଯାହା ଘଟିଲା ଦୁଇଦୁଇ ଜଣ ଶିକ୍ଷୟିତ୍ରୀଙ୍କୁ ପଡ଼ିଲା ମହଙ୍ଗା

ପିପିଲି,୨୯।୧: ପୁରୀ ଜିଲା ପିପିଲି ପୋପରଙ୍ଗ ସ୍କୁଲର ଛାତ୍ରକୁ ସାପ କାମୁଡିବା ଘଟଣାରେ ପ୍ରଧାନ ଶିକ୍ଷୟତ୍ରୀ ନିଲମ୍ବନ ହୋଇଛନ୍ତି। ଜିଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ପିପିଲି ଶିକ୍ଷାଧିକାରୀ  ରବିନାରାୟଣ ନନ୍ଦ ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଜୟଶ୍ରୀ ସାହୁଙ୍କୁ କାର୍ଯ୍ୟରୁ  ନିଲମ୍ବିତ କରିଛନ୍ତି ।  ସେହିପରି କ୍ଲାସ ଟିଚର ଗୀତାଞ୍ଜଳି ରାଉତକୁ ମଧ୍ୟ ବଦଳି କରାଯାଇଛି।
ସୂଚନାଯୋଗ୍ୟ, ଗତ ସୋମବାର ପୋପୋରଙ୍ଗା ପଞ୍ଚାୟତ ସରକାରୀ ବିଦ୍ୟାଳୟର ୪ର୍ଥ ଶ୍ରେଣୀ ଛାତ୍ରଙ୍କୁ ବିଦ୍ୟାଳୟରେ ବିଷାକ୍ତ ନାଗ ସାପ କାମୁଡ଼ିଥିଲା। ପାଠ ନଆସିବାରୁ ଶିକ୍ଷୟତ୍ରୀ ଦଣ୍ଡ ଦେଇ  ବିଦ୍ୟାଳୟର ଚାଉଳ ଘର ସଫା କରିବାକୁ କହିଥିଲେ ବୋଲି ତାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ। ସେଠାରେ ଉକ୍ତ ଛାତ୍ରଙ୍କୁ ସାପ କାମଡ଼ିବା ଘଟଣା ସାମ୍ନାକୁ ଆସିବା ପରେ  ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକ୍ରମେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share