ଶାର୍କ ଆକ୍ରମଣରେ ଆଖି ବୁଜିଲେ ଲୋକପ୍ରିୟ ଅଭିନେତା, ଶୋକରେ ବୁଡ଼ିଲା…

ଲଣ୍ଡନ: ଶାର୍କ ଆକ୍ରମଣରେ ଆଖି ବୁଜିଛନ୍ତି ହଲିଉଡ୍‌ ଅଭିନେତା ତମାୟୋ ପେରୀ। ‘ପାଇରେଟ୍‌ସ ଅଫ୍‌ ଦ କ୍ୟାରିବିଆନ୍‌’,‘ବ୍ଲୁ କ୍ରଶ’, ଚାର୍ଲିଜ୍‌ ଆଞ୍ଜେଲ୍ସ’ ଭଳି ଫିଲ୍ମରେ ଅଭିନୟ କରି ବାହାବାଃ ସାଉଁଟିଥିଲେ ସେ। ରବିବାର ଅପରାହ୍ନରେ ଗୋଟ୍‌ ସମୁଦ୍ରକୂଳ ନିକଟ ଓହୁରେ ଏକ ଘାତକ ଶାର୍କ ତାଙ୍କୁ ଆକ୍ରମଣ କରିଥିଲା। ଏନେଇ ଜଣାପଡ଼ିବା ପରେ ତୁରନ୍ତ ଆମ୍ବୁଲାନ୍ସ ସହ ପୋଲିସକୁ ଖବର ଦିଆଯାଇଥିଲା। ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ କ୍ଷତାକ୍ତ ଅବସ୍ଥାରେ କୂଳକୁ ଆଣିଥିଲେ। ହେଲେ ସେଠାରେ ହିଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଚିକିତ୍ସା ବେଳେ ଅଭିନେତାଙ୍କ ଶରୀରକୁ ଅନେକ ଥର ଶାର୍କ ଆକ୍ରମଣ କରିଥିବା ଦେଖାଯାଇଥିଲା। ତେବେ ଏନେଇ ଜଣାପଡ଼ିବା ପରେ ତାଙ୍କ ପ୍ରଶଂସକଙ୍କୁ ବଡ଼ ଝଟ୍‌କା ଲାଗିଛି। ଅନେକ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି।

Share