ଲଣ୍ଡନ,୧୪।୮: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ୩ୟ ଦିନରେ ଗ୍ରାଉଣ୍ଡ ଭିତରେ ଏକ ଅଜବ ଘଟଣା ଘଟିଥିଲା। ଶନିବାର ଲଞ୍ଚ ପରେ ଭାରତୀୟ ଦଳ ସହ ପଡ଼ିଆକୁ ପଶି ଆସିଥିଲେ ଜଣେ ପ୍ରଶଂସକ। ତାଙ୍କ ଯୋଗୁ ଦ୍ୱନ୍ଦ୍ୱରେ ପଡ଼ି ଯାଇଥିଲେ ଭାରତୀୟ ଖେଳାଳି। କାରଣ ଉକ୍ତ ପ୍ରଶଂସକ ଭାରତୀୟ ଖେଳାଳିଙ୍କ ଭଳି ଜର୍ସି ପିନ୍ଧି ଥିଲେ। ତାଙ୍କ ପଛରେ ଲେଖା ଥିଲା ‘ଜାରଭୋ ୬୯’।
ତାଙ୍କୁ ଦେଖି ହସି ହସି ଗଡ଼ି ଯାଇଥିଲେ ଭାରତୀୟ ପେସର ମହମ୍ମଦ ସିରାଜ। କିଛି ସମୟ ପରେ ଉକ୍ତ ପ୍ରଶଂସକଙ୍କୁ ପଡ଼ିଆରୁ ବାହାରକୁ ନେଇ ଯାଇଥିଲେ ସୁରକ୍ଷାକର୍ମୀ।