Categories: ଜାତୀୟ

ପରବର୍ତ୍ତି ନିର୍ବାଚନ ରାହୁଲ ପଡୋଶୀ ଦେଶରୁ ଲଢିବେ: ପିୟୁଷ ଗୋଏଲ

ନୂଆଦିଲ୍ଲୀ,୨୧।୪: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏଥର ଲୋକ ସଭା ନିର୍ବାଚନ ପାଇଁ ୨ଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତେବେ ସେ ୨ଟି ଯାକ ଆସନରେ ହାରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ଭାଜପା ନେତା ପିୟୁଷ ଗୋଏଲ। ସେ କହିଛନ୍ତି, ରାହୁଲ କୌଣସି ପଡୋଶୀ ଦେଶରୁ ଆଗାମୀ ର୍ନିବାଚନ ଲଢିବେ। ସୂଚନାଯୋଗ୍ୟ, ରାହୁଲ ଉତ୍ତର ପ୍ରଦେଶର ଆମେଥି ଓ କେରଳର ଓ୍ବାୟନାଡ ଆସନ ଲାଗି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏଥର ରାହୁଲ ଗାନ୍ଧୀଙ୍କୁ ପରାସ୍ତ କରିବେ ବୋଲି ମଧ୍ୟ ପିୟୁଷ ମନ୍ତବ୍ୟ ଦେଇଛନ୍ତି। ଠିକ୍‌ ସେହିପରି ଓ୍ବାୟନାଡରୁ ମଧ୍ୟ ରାହୁଲଙ୍କ ପରାଜୟ ସୁନିଶ୍ଚିତ। ରାହୁଲଙ୍କ ଭିତରେ ବାମଦଳଙ୍କ ବିରୋଧରେ ମୁହଁ ଖୋଲିବାର ସାହସ ନାହିଁ। ପୀୟୁଷ ଆହୁରି ମଧ୍ୟ କହିଛନ୍ତି ଯେ ରାହୁଲ ଗାନ୍ଧୀ ଯେତେବେଳେ ଜାଣିପାରିଲେ ଯେ ସେ ଆମେଥିରୁ ହାରିବେ,ସେତେବେଳେ ପରାଜୟ ଭୟରେ ଓ୍ବାୟନାଡ ଆସନକୁ ବାଛିଲେ। ତେଣୁ କେଉଁ ଗୋଟିଏ ଆସନରେ ସେ ବିଜୟ ଲାଭ କରିବେ ନାହିଁ।

Share