Categories: ଜାତୀୟ

ପାଶୱାନଙ୍କ କାର୍ଯ୍ୟ ସମ୍ଭାଳିବେ ଗୋୟଲ

ନୂଆଦିଲ୍ଲୀ,୯ ।୧୦: ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନଙ୍କ ମୃତ୍ୟୁ ହୋଇଯାଇଛି । ତେବେ ସେ ଯେଉଁ ଦାୟିତ୍ୱରେ ଥିଲେ ଏବେ ସେହି ଦାୟିତ୍ୱ ସମ୍ଭାଳିବେ ପିୟୁଷ ଗୋୟଲ । ଗୋୟଲଙ୍କୁ ଏବେ ଅତିରିକ୍ତ ଭାବେ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ଜନସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ଏହି ଦାୟିତ୍ୱରେ ଥିଲେ ପାଶୱାନ । ହେଲେ ଅସୁସ୍ଥତା କାରଣରୁ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହେବାରୁ ଏହା ଖାଲି ପଡିଥିଲା ।

Share