Categories: ଜାତୀୟ

ପୀୟୂଷ ଗୋଏଲ ନିଜ ମନ୍ତବ୍ୟ ଫେରାଇ ନେଲେ, କାହାକୁ ଆଘାତ ଦେବାକୁ ଚାହିଁ ନଥିଲି ବୋଲି କହିଲେ…

ନୂଆଦିଲ୍ଲୀ,୨୨।୧୨ : ବିହାର ଉପରେ ତାଙ୍କର ବିବାଦୀୟ ମନ୍ତବ୍ୟ ଉପରେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋଏଲ ଶୁକ୍ରବାର ସଂସଦରେ କହିଛନ୍ତି ଯେ ବିହାର କିମ୍ବା ବିହାର ଲୋକଙ୍କୁ ଅପମାନିତ କରିବାର ମୋର ଉଦ୍ଦେଶ୍ୟ ନାହିଁ। ଯଦି କାହାର ଭାବନା ଏହା ଦ୍ୱାରା ଆଘାତ ପାଇଛି, ମୁଁ ତୁରନ୍ତ ସେହି ମନ୍ତବ୍ୟ ଫେରାଇ ନେଉଛି।

ବିହାରର ଅପମାନ ପ୍ରସଙ୍ଗରେ ବିହାରର ଏମ୍‌ପିମାନେ ଶୁକ୍ରବାର ସଂସଦ ପରିସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କଂଗ୍ରେସ, ଆରଜେଡି, ଜେଡିୟୁ, ବାମପନ୍ଥୀ ଏବଂ ଶିବସେନା ସମେତ ବିଭିନ୍ନ ଦଳର ଏମ୍‌ପିମାନେ ଏଥିରେ ସାମିଲ ଥିଲେ। କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋଏଲ କ୍ଷମା ମାଗିବାକୁ ସେମାନେ ଦାବି କରଥିଲେ। ରାଜ୍ୟ ସଭାରେ ଆଲୋଚନା ବେଳେ ଗୋଏଲ କହିଥିଲେ ଯେ ଏହି ଲୋକମାନେ ସମଗ୍ର ଦେଶକୁ ବିହାରରେ ପରିଣତ କରିବାକୁ ଚାହୁଁଛନ୍ତି। ଏହାକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଘେରିଥିଲେ।

 

Share