Categories: ଜାତୀୟ

ଟୁଇଟର ଛାଡ଼ିବେ ଗୋୟଲ !

ନୂଆଦିଲ୍ଲୀ,୯।୨: ଟୁଇଟର ଛାଡ଼ିବେ ଭାରତର ରେଳ, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ। ଏନେଇ ପ୍ରତ୍ୟକ୍ଷରେ ନ ହେଲେ ବି ପରୋକ୍ଷରେ ସଂକେତ ଦେଇଛନ୍ତି ମନ୍ତ୍ରୀ। ନିକଟରେ ଭାରତ ସରକାର ଏବଂ ଟୁଇଟର ମଧ୍ୟରେ ସୋସିଆଲ ମିଡିଆ ମହାଯୁଦ୍ଧ ପରେ ସେ ‘କୋ’ ଆପ୍‌ରେ ନିଜର ଆକାଉଣ୍ଟ କରିନେଇଛନ୍ତି। ଏଣୁ ସେ ଟୁଇଟର ଛାଡ଼ି ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ନିଜର ଟୁଇଟର ଆକାଉଣ୍ଟରେ ନୁଆ ଆକାଉଣ୍ଟ ନେଇ ପୋଷ୍ଟ କରି ଗୋୟଲ କହିଛନ୍ତି, ସେ ‘କୋ’ ଆପ୍‌ରେ ଅଛନ୍ତି। ତାଙ୍କୁ ଭାରତୀୟମାନେ ଏହି ଆପ୍‌ରେ ଅନୁସରଣ(ଫଲୋ) କରିପାରିବେ। ଏହା ଭାରତର ପ୍ରଥମ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ। ଏଠାରେ ଭାରତର କଥିତ ଭାଷାରେ ଚିନ୍ତାଧାରା ପ୍ରକାଶ କରିବା ସହ ତାଙ୍କୁ ଯୋଗାଯୋଗ କରିହେବ ବୋଲି ସେ କହିଛନ୍ତି।

Share