Categories: ଜାତୀୟ

ଗିରଫ ହେଲେ ଧନ କୁବେର ପିୟୁଷ ଜୈନ, ଘରୁ ମିଳିଛି ୨୫୭କୋଟି ଟଙ୍କା ସହ ଦାମୀ ଗହଣା

କାନପୁର,୨୭ ।୧୨: ଶେଷରେ ଗିରଫ ହେଲେ ଧନ କୁବେର ଅତର ବ୍ୟବସାୟୀ ପିୟୁଷ ଜୈନ । ଜିଏସ୍‌ଟି ଇଣ୍ଟଲିଜେନ୍ସ ବ୍ୟବସାୟୀଙ୍କୁ କନ୍ନୌଜରୁ ଗିରଫ କରିଛି । ରବିବାର ସୁଦ୍ଧା ତାଙ୍କ ଘର ଉପରେ ଚଢାଉ କରାଯାଇ ୨୫୭ କୋଟି ନଗଦ ଟଙ୍କା ସହ କୋଟି କୋଟି ଟଙ୍କାର ସୁନା ଗହଣା ଜବତ କରାଯାଇଛି । ଏହାସହ ତାଙ୍କ ନିକଟରୁ ୩୦୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଥିବା କାଗଜ ପତ୍ର ବି ମିଳିଛି । ପିୟୁଷଙ୍କର ମୁମ୍ବାଇ ଓ ଦୁବଇରେ ସମ୍ପତ୍ତି ଥିବା ଜଣାପଡିଛି । ଏହାପୂର୍ବରୁ ପିୟୁଷଙ୍କ ଘରେ ମାରାଥନ ଚଢାଉ ସମୟରେ ତାଙ୍କ ଘରୁ ଗୋଟିଏ ବ୍ୟାଗରୁ ୩୦୦ ଚାବି ମିଳିଥିଲା । ସୂଚନା ମୁତାବିକ ପିୟୁଷ ଜୈନ ଗୋଟିଏ କ୍ୟାମ୍ପସରେ ୪ଟି ଘର ନିର୍ମାଣ କରିଛନ୍ତି । ଏହା ଭିତରେ ଏକ ବେସମେଣ୍ଟ ବି ରହିଛି । ଏବେ ଏହି ବେସମେଣ୍ଟକୁ ଖୋଲିବାକୁ ଉଦ୍ୟମ କରାଯାଉଛି । ସୂଚନାଯୋଗ୍ୟ, କାନପୁର ଘରୁ ୧୭୭ କୋଟି ଟଙ୍କା ମିଳିବା ପରେ ଏବେ ସମସ୍ତଙ୍କ ନଜର କନ୍ନୌଜ ଘର ଉପରେ । କାରଣ ଏଠାରୁ ମିଳିଥିବା ଅର୍ଥର ପରିମାଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବା ବେଳେ ସେଠାରେ ଆଉ ୨-୩ ଦିନ ଧରି ଚଢାଉ ଜାରି ରହିବ ବୋଲି ସୂଚନା ମିଳିଛି ।

Share