Categories: ଜାତୀୟ

ଟଙ୍କା ମାଗିବାକୁ କୋର୍ଟ ପହଞ୍ଚିଲେ ପିୟୁଷ: ୫୨ କୋଟି ଟ୍ୟାକ୍ସ ପେନାଲ୍ଟି କାଟି ଅବଶିଷ୍ଟ ଫେରାଇ ଦେବାକୁ କଲେ ଅନୁରୋଧ

କାନପୁର,୩୦ ।୧୨: ଶହ ଶହ କୋଟି ଟଙ୍କା କଳାଧନ ଠୁଳ କରିଥିବା ମାମଲାରେ ଗିରଫ ହୋଇଥିବା ଉତ୍ତରପ୍ରଦେଶ କାନପୁରର ବ୍ୟବସାୟୀ ପିୟୁଷ ଜୈନ ଏବେ ଟଙ୍କା ମାଗିବାକୁ କୋର୍ଟରେ ପହଞ୍ଚିଛନ୍ତି । ସେ କହିଛନ୍ତି ମୋ ଉପରେ ଟ୍ୟାକ୍ସ ଚୋରି ଓ ପେନାଲ୍ଟି ସମେତ ୫୨ କୋଟି ଟ୍ୟାକ୍ସ ହେଉଛି । ଡାଇରେକ୍ଟର ଜେନରାଲ ଅଫ୍ ଜିଏସ୍‌ଟି ଇଣ୍ଟଲିଜେନ୍ସ(ଡିଜିଜିଆଇ)୫୨ କୋଟି ଟଙ୍କା କାଟି ରଖି ଅବଶିଷ୍ଟ ଅର୍ଥ ମୋତେ ଫେରାଇ ଦିଅନ୍ତୁ । ଏ ସମ୍ପର୍କରେ ପିୟୁଷ ଜୈନଙ୍କ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଛି । ସୂଚନାଯୋଗ୍ୟ, ପିୟୁଷ ଜୈନ ଏବେ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ରହିଛନ୍ତି । ଏବେ ସେ କାନପୁର ଜେଲରେ ଅଛନ୍ତି । ଡିଜିଜିଆଇର ଓକିଲ ଅମ୍ବରିଶ ଟଣ୍ଡନ କହିଛନ୍ତି ପିୟୁଷଙ୍କ ଘରୁ ଯେଉଁ ଅର୍ଥ ଜବତ କରାଯାଇଛି ସେସବୁକୁ ୪୨ଟି ମାକ୍ସରେ ଭର୍ତ୍ତି କରାଯାଇ ବ୍ୟାଙ୍କରେ ଜମା କରାଯାଇଛି । ପିୟୁଷଙ୍କ ଘରୁ ପ୍ରାୟ ୨୫୭ କୋଟି ଟଙ୍କା ନଗଦ ଜବତ କରାଯାଇଛି ।

Share