Categories: ଜାତୀୟ

ରେଳବାଇ ଭାରତର ସମ୍ପତ୍ତି, ଏହାର ଘରୋଇକରଣ କେବେ ବି ହେବନାହିଁ: ରେଳମନ୍ତ୍ରୀ

ନୂଆଦିଲ୍ଲୀ,୧୬।୩: ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ମଙ୍ଗଳବାର ସ୍ପଷ୍ଟ କରିଛନ୍ତି ଯେ ରେଳବାଇ ଭାରତର ସମ୍ପତ୍ତି। ଏହାର ଘରୋଇକରଣ କେବେହେଲେ କରାଯିବ ନାହିଁ। ଯାତ୍ରୀମାନଙ୍କୁ ଭଲ ସୁବିଧା ମିଳିବା ଲାଗି ତଥା ରେଳ ମାଧ୍ୟମରେ ଅର୍ଥନୀତିକୁ ମଜଭୂତ କରିବା ଭଳି କାର୍ଯ୍ୟ ଲାଗି ଘରୋଇ କ୍ଷେତ୍ରରୁ ପୁଞ୍ଜି ନିବେଶ କରାଯିବ। ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରେଳ ମନ୍ତ୍ରଣାଳୟ ଅଧୀନରେ ଥିବା ଅନୁଦାନର ଦାବି ଉପରେ ଲୋକ ସଭାରେ ହୋଇଥିବା ଆଲୋଚନାର ଉତ୍ତର ଦେଇ ପୀୟୁଷ ଏହା କହିଛନ୍ତି। ଅନେକ ଏମ୍‌ପି ଘରୋଇକରଣ ଏବଂ କର୍ପୋରେଟାଇଜେସନର ଅଭିଯୋଗ କରିଛନ୍ତି। ହେଲେ ଭାରତୀୟ ରେଳ କେବେ ବି ଘରୋଇକରଣ ହେବ ନାହିଁ। ଏହା ସେ ନିଶ୍ଚିତ କରୁଛନ୍ତି ବୋଲି ଗୋୟଲ କହିଛନ୍ତି।

Share