ପିଜୁଳି ଜାମ୍‌

ଆବଶ୍ୟକ ସାମଗ୍ରୀ: ପାଚିଲା ପିଜୁଳି ରସ ଦୁଇ କପ୍‌, ଚିନି ଅଧା କପ୍‌ ଏବଂ ଲେମ୍ବୁ ରସ ଏକ ଟେବୁଲ୍‌ ସ୍ପୁନ୍‌।
ପ୍ରସ୍ତୁତି ପ୍ରଣାଳୀ: ଚୁଲାରେ ନନ୍‌ଷ୍ଟିକ୍‌ ପ୍ୟାନ୍‌ ବସାନ୍ତୁ। ସେଥିରେ ପିଜୁଳି ରସ, ଚିନି ଏବଂ ଲେମ୍ବୁ ରସ ପକାଇ ଧୀରେ ଧୀରେ ଗୋଳାନ୍ତୁ। ୨୦-୨୫ ମିନିଟ୍‌ ପରେ ଏହି ମିଶ୍ରଣ ଧୀରେ ଅଠାଳିଆ ହୋଇଗଲେ ଗ୍ୟାସ୍‌ ବନ୍ଦ କରି ଦିଅନ୍ତୁ। ଏହାକୁ ଥଣ୍ଡା କରିବା ପରେ ଏୟାର ଟାଇଟ୍‌ ବୋତଲରେ ରଖି ଦିଅନ୍ତୁ। ଏହି ଜାମ୍‌ ସମ୍ପୂର୍ଣ୍ଣ କେମିକାଲ ଫ୍ରି ହୋଇଥିବାରୁ ସ୍ବାସ୍ଥ୍ୟ ପ୍ରତି ହିତକର। ଏହାକୁ ଆପଣ ଫ୍ରିଜ୍‌ରେ ରଖି ୧୦-୧୨ ଦିନ ପର୍ଯ୍ୟନ୍ତ ଖାଇପାରିବେ।