ପିଜ୍ଜା ଖାଇବା ଚାକିରି

ସମସ୍ତଙ୍କର ସ୍ବପ୍ନ ଥାଏ ଭଲ ପାଠ ପଢି ବଡ଼ ଚାକିରି କରିବା ଓ ଅୟସରେ ଜୀବନ ବିତାଇବା। ହେଲେ ଚାକିରି କରିବା ପରେ କାମର ଚାପରେ ସବୁ ସୁଖ ଯେମିତି ଦୂରେଇଗଲା ପରି ଲାଗେ। ଖାଇବାକୁ ସମୟ ନ ଥାଏ କି ଶୋଇବାକୁ ବି ସମୟ ନ ଥାଏ। ତେବେ ଓ୍ବିସକନସିନ୍‌, ମାଡିସନ୍‌ରେ ଥିବା ଦ ସେଣ୍ଟର ଫର୍‌ ଡାୟରି ରିସର୍ଚ ଏମିତି ଏକ ଚାକିରି ଅନାଉନ୍ସ କରିଛି ଯାହାକି ପ୍ରକୃତରେ ଏକ ସ୍ବପ୍ନର ଚାକିରି ଭଳି। କାରଣ ଏହି ଚାକିରିରେ କୌଣସି କାମ କରିବାକୁ ପଡ଼େ ନାହିଁ। କେବଳ ପିଜ୍ଜା ଖାଇବାକୁ ହେବ। ଆଉ ପିଜ୍ଜା ଖାଇବା ଲାଗି ଘଣ୍ଟା ପିଛା ୧୫ ଡଲାର ଦରମା ମିଳିବ। ଅର୍ଥାତ୍‌ ଦ ସେଣ୍ଟର ଫର୍‌ ଡାୟରି ରିସର୍ଚ ଏମିତି ବ୍ୟକ୍ତି ଖୋଜୁଛି ଯିଏକି ସବୁ ପ୍ରକାରର ଖାଦ୍ୟ ଖାଉଥିବା। ତେବେ ବିଶେଷ କରି ଚିଜ୍‌, ପିଜ୍ଜା ଓ ଅନ୍ୟ ଦୁଗ୍ଧ ଜାତୀୟ ଖାଦ୍ୟ ବେଶି ଖାଇବାକୁ ପସନ୍ଦ କରୁଥିବ। ଯିଏ ଏହି ଚାକିରି ପାଇଁ ନିଯୁକ୍ତି ପାଇବ ତାଙ୍କୁ ପ୍ରଥମେ ତାଲିମ ଦିଆଯିବ ଯେମିତିକି ସେ ଯେକୌଣସି ଖାଦ୍ୟର ସ୍ବାଦ, ସୁଗନ୍ଧ, ସେଥିରେ ମିଶ୍ରିତ ଦ୍ରବ୍ୟକୁ ଚିହ୍ନିବା ସହ ତାକୁ ଭାଷାରେ ବ୍ୟକ୍ତ କରିପାରିବେ। ସପ୍ତାହକରେ ତାଙ୍କୁ ୨୪ଟି ଚିଜ୍‌ ସାମ୍ପଲ ଓ ୧୨ ପ୍ରକାରର ପିଜ୍ଜା ଟେଷ୍ଟ କରି କହିବାକୁ ହେବ। ଯେଉଁମାନେ ଏଭଳି ଏକ ଚାକିରି ପାଇଁ ଇଚ୍ଛୁକ ୟୁନିଭର୍ସିଟି ଅଫ୍‌ ଓ୍ବିସକନ୍‌୍‌ସିନ ମାଡ଼ିସନ୍‌ର ଓ୍ବେବସାଇଟ୍‌ରେ ଆପ୍ଲାଏ କରିପାରିବେ।