Categories: ଫୁରସତ

ଜ୍ୱାଳାମୁଖୀରେ ପିଜ୍ଜା ତିଆରି

ଗୁଆଟେମାଲା ସିଟି ବହୁତ ଲୋକଙ୍କ ଦେଶ ଓ ଦୁନିଆ ବୁଲିବାର ସଉକ ରହିଥାଏ। ଏହା ତାଙ୍କୁ ଭିନ୍ନ ଜୀବନଶୈଳୀ ଏବଂ ଅନେକ କିଛି ଶିଖିବାରେ ସାହାଯ୍ୟ କରେ। ଏଥିସହ ସେମାନେ ଭିନ୍ନ ଅନୁଭୂତି ମଧ୍ୟ ନେଇଥାନ୍ତି। ନିକଟରେ ଜଣେ ମହିଳା ତାଙ୍କର ଏପରି ଯାତ୍ରାର ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ କିଛି ନୂଆ ଚେଷ୍ଟା କରିବାକୁ ଯାଇ ସେଥିରେ ସଫଳ ହୋଇଛନ୍ତି। ନିକଟରେ ଆଲେକ୍‌ଜେଣ୍ଡ୍ରା ବ୍ଲୋଡଗେଟ୍‌ ନାମ୍ନୀ ଜଣେ ମହିଳା ଗୁଆଟେମାଲା ଯାଇଥିଲେ। ସେଠାରେ ସେ ଏକ ପିଜ୍ଜାକୁ ଭିନ୍ନ ଉପାୟରେ ପ୍ରସ୍ତୁତ କରିଛନ୍ତି। ପିଜ୍ଜାଟି ସକ୍ରିୟ ଜ୍ୱାଳାମୁଖୀ ଆଞ୍ଚରେ ତିଆରି କରିଛନ୍ତି। ସେ ଏହାର ଏକ ଭିଡିଓ ଶେୟାର କରିଛନ୍ତି। ଏହାର କ୍ୟାପ୍ସନରେ ଲେଖିଛନ୍ତି, ଗୁଆଟେମାଲା ଆସିଛନ୍ତି ଜ୍ୱାଳାମୁଖୀରେ ପିଜ୍ଜା ଖାଇବାକୁ। ୨୦୨୧ରେ ଏଠାରେ ଜ୍ୱାଳାମୁଖୀ ଫାଟିଥିଲା। କିନ୍ତୁ ଏହା ଏବେ ବି ସକ୍ରିୟ ରହିଛି। ଏଠାରେ ବହୁତ ଥଣ୍ଡା ଥିବାରୁ ସେମାନଙ୍କୁ ଅଧିକ କପଡ଼ା ପିନ୍ଧି ଆସିବାକୁ ପଡ଼ିଥିଲା। ଭିଡିଓରେ ଏକ କଞ୍ଚା ପିଜ୍ଜାକୁ ତଳେ ଥୋଇ ତାକୁ ଘୋଡ଼ାଇ ଦିଆଯାଇଥିଲା। କିଛି ସମୟ ପରେ ତାହା ପ୍ରସ୍ତୁତ ହୋଇଯାଇଥିଲା। ଏହାପରେ ଆଲେକ୍‌ଜେଣ୍ଡ୍ରା ତାକୁ ଆରାମରେ ଖାଉଥିବା ଦେଖିବାକୁ ମିଳିଛି। ରିପୋର୍ଟ ମୁତାବକ, ଗୁଆଟେମାଲାର ସାନ୍‌ ଭିସେଣ୍ଟି ହେଉଛି ଏପରି ଏକ ସହର, ଯେଉଁଠାରେ ଜ୍ୱାଳାମୁଖୀ ଭିତରେ ପିଜ୍ଜା ପ୍ରସ୍ତୁତ ହୋଇଥାଏ।

Share