ପାଟନା,୯।୮: ବିହାର ରାଜନୀତିରେ ଅନେକ ଅଶାନ୍ତି ଦେଖାଦେଇଛି। ରାଜ୍ୟ ରାଜନୀତିରେ ଆଗାମୀ ସମୟରେ କ’ଣ ହେବ ସେନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ବିହାର ସଙ୍କଟକୁ ନେଇ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଏକ ଉପଦେଶ ଦେଇଛନ୍ତି। ପି.କେ କହିଛନ୍ତି, ଯଦି ଜନସାଧାରଣ ଆପଣଙ୍କୁ ଭରସା କରିଛନ୍ତି, ତେବେ ଆପଣ ମଧ୍ୟ ସେମାନଙ୍କୁ ସମ୍ମାନ ଦେବା ଉଚିତ୍। ଯେଉଁ ମେଣ୍ଟ ବିରୋଧରେ ଲଢେଇ କରିଥିଲ, ଆଜି ସେହି ମେଣ୍ଟ ସହ ଯିବା ଅପେକ୍ଷା ଭଲ ହେବ ଆପଣ ପୁଣିଥରେ ଜନସାଧାରଣଙ୍କ ନିକଟକୁ ଯାଇ ଜନାଦେଶ ଆଣ।
ସେ ଆହୁରି ମଧ୍ୟ କହିଛନ୍ତି, ବିହାରର ଲୋକମାନେ ଏନଡିଏ ନାମରେ ଜନାଦେଶ ଦେଇଛନ୍ତି। ସରକାର ଯାହା ବି ହେଉ, ଲୋକମାନେ ଏହାକୁ ପାଞ୍ଚ ବର୍ଷ ପାଇଁ ମନୋନୀତ କରିଛନ୍ତି। ଗତଥର ଲୋକମାନେ ମହାମେଣ୍ଟକୁ ବାଛିଥିଲେ। ୨୦୧୭ରେ ନୀତିଶ କୁମାର ଏହାକୁ ଛାଡି ଏକ ନୂତନ ଗଠନ କରିଥିଲେ, କିନ୍ତୁ ସରକାର ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଚାଲିଲା। ଯଦି ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଅନୁଷ୍ଠିତ ହୁଏ, ତେବେ ଏହା କେବଳ ଲୋକଙ୍କ କାନ୍ଧରେ ବୋଝ ବଢାଇବ।