Categories: ଜାତୀୟ

୨୦୨୪ରେ ନିର୍ବାଚନ ଲଢ଼ିବେ ପିକେ..

ମୁଜାଫରପୁର,୧୯।୯ : ବିଗତ ଏକ ବର୍ଷ ଧରି ବିହାରର ବିଭିନ୍ନ ଜିଲାରେ ଜନ ସୁରାଜ ପଦଯାତ୍ରା କରୁଥିବା ପ୍ରଶାନ୍ତ କିଶୋର(ପିକେ) ଏବେ ମୁଜାଫରପୁର ଜିଲାରେ ଅଛନ୍ତି। ସେ କ୍ରମାଗତ ଭାବରେ ମୁଜାଫରପୁରର ବିଭିନ୍ନ ଅଞ୍ଚଳରେ ପଦଯାତ୍ରା କରୁଛନ୍ତି ଏବଂ ଲୋକଙ୍କୁ ଭେଟୁଛନ୍ତି। ମଙ୍ଗଳବାର ଗଣମାଧ୍ୟମ ସହ କଥାବାର୍ତ୍ତା ସମୟରେ ସେ ୨୦୨୪ରେ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ବିଷୟରେ ଏକ ବଡ଼ ଘୋଷଣା କରିଛନ୍ତି।

ସେ କହିଛନ୍ତି ଯଦି ନେତା ଏବଂ ଦଳମାନଙ୍କୁ ପରାମର୍ଶ ଦେଇ ପ୍ରଶାନ୍ତ କିଶୋର ଜିତିପାରିବେ, ତେବେ ମୋ ଉପରେ ବିଶ୍ୱାସ ରଖନ୍ତୁ ମୁଁ ବିହାରର ଲୋକମାନଙ୍କୁ ମଧ୍ୟ ଜିତାଇ ପାରିବି। ଏହି ସମଗ୍ର ଅଭିଯାନରେ ମୁଁ କହିଛି ଆମେ ଜନସାଧାରଣଙ୍କ ମଧ୍ୟରେ ଏପରି ଲୋକଙ୍କୁ ଖୋଜି ସେମାନଙ୍କୁ ନିର୍ବାଚନରେ ଛିଡ଼ା କରାଇ ବିଜୟୀ କରାଇବୁ। ଜଣେ ସଚ୍ଚୋଟ ବ୍ୟକ୍ତି ବିଜୟୀ ହେଲେ ରାଜ୍ୟ ତଥା ଦେଶର ପରିସ୍ଥିତି ସୁଧୁରିବ।

ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ସମ୍ପୂର୍ଣ୍ଣ ଜନସାଧାରଣଙ୍କ ଉପରେ ନିର୍ଭର କରିବ। ଯଦି ଲୋକମାନେ ନିଷ୍ପତ୍ତି ନିଅନ୍ତି ସେମାନେ ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ, ତେବେ ଆମେ ସେମାନଙ୍କୁ ସାହାଯ୍ୟ କରିବୁ।

Share