Categories: ଖେଳ

ନଦୀମଙ୍କ ସ଼୍ବର୍ଣ୍ଣକୁ ନେଇ ବହୁ ବର୍ଷ ପରେ ଖୁସି ପାଳୁଛି ପାକିସ୍ତାନ

ଇସ୍‌ଲାମାବାଦ, ୦୯।୦୮: ପ୍ରଥମଥର ପାଇଁ ଅଲିମ୍ପିକ୍ସର ବ୍ୟକ୍ତିଗତ ଇଭେଣ୍ଟରେ ପାକିସ୍ତାନ ସ଼୍ବର୍ଣ୍ଣ ଜିତିଛି । ଚଳିତ ପ୍ୟାରିସ୍‌ ଅଲିମ୍ପିକ୍ସରେ ପାକିସ୍ତାନର ଅର୍ଶଦ ନଦୀମ ଜାଭେଲିନ୍‌ ଥ୍ରୋରେ ଏହି ସ଼୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଏଥିସହିତ ଅଲିମ୍ପିକ୍ସର ସର୍ବକାଳୀନ ରେକର୍ଡ ଭାଙ୍ଗି ସେ ଇତିହାସ ରଚିଛନ୍ତି। ସ଼୍ବର୍ଣ୍ଣ ପଦକ ପାଇବା ପରେ ପାକିସ୍ତାନବାସୀ ଖୁସିରେ ଗଦ୍‌ଗଦ୍‌ ହୋଇଯାଇଛନ୍ତି । ବହୁ ସଂଖ୍ୟାରେ କରାଚୀ ବାସିନ୍ଦା ରାସ୍ତା ଉପରକୁ ଆସି ସେମାନଙ୍କ ଖୁସି ଜାହିର କରିଛନ୍ତି ।

୨୭ ବର୍ଷୀୟ ନଦୀମ୍‌ ପାକିସ୍ତାନର ବହୁ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ଦେଶକୁ ସ଼୍ବର୍ଣ୍ଣ ଦେଇଛନ୍ତି । ପାକିସ୍ତାନ ଶେଷଥର ପାଇଁ ୧୯୮୪ ମସିହାରେ ସ଼୍ବର୍ଣ୍ଣ ଜିତିଥିଲା । ଲସ୍‌ ଆଞ୍ଜେଲସ୍‌ରେ ଆୟୋଜିତ ଅଲିମ୍ପିକ୍ସରେ ପାକିସ୍ତାନର ହକି ଟିମ୍‌ ଏହି ପଦକ ହାସଲ କରିଥିଲା । ତେବେ ନଦୀମଙ୍କ ଏହି ସଫଳତା ପରେ କରାଚୀ ସମେତ ଦେଶର ବିଭିନ୍ନ ସ୍ଥାନରେ ଖୁସି ପାଳନ କରିଛନ୍ତି ପାକିସ୍ତାନବାସୀ । ନଦୀମଙ୍କ ପରିବାର, ବନ୍ଧୁ ବାନ୍ଧବ ମଧ୍ୟ ପୁଅର ସଫଳତାରେ ବେଶ୍‌ ଖୁସି ।

Share