Categories: ଖେଳ

ଆଜି ରାଜସ୍ଥାନ-ଗୁଜରାଟ ମୁହାଁମୁହିଁ

ଜୟପୁର,୫।୫: ଆଇପିଏଲର ୪୮ ତମ ମ୍ୟାଚରେ ଶୁକ୍ରବାର ରାଜସ୍ଥାନ ରୟାଲ୍ସ (ଆରଆର) ଏବଂ ଗୁଜରାଟ ଟାଇଟନ୍ସ(ଜିଟି) ମୁହାଁମୁହିଁ ହେବେ। ସନ୍ଧ୍ୟା ୭ଟା୩୦ରେ ଜୟପୁରର ସଓ୍ବାଇ ମାନସିଂହ ଷ୍ଟାଡିୟମରେ ଖେଳାଯିବ। ଏହି ଦୁଇଟି ଟିମ୍‌ ଏପର୍ଯ୍ୟନ୍ତ ଆଇପିଏଲରେ ୪ ଥର ମୁହାଁମୁହିଁ ହୋଇଛନ୍ତି। ଏଥିରେ ଗୁଜରାଟ ୩ଟି ଏବଂ ରାଜସ୍ଥାନ ଗୋଟିଏରେ ବିଜୟୀ ହୋଇଛି।

ବର୍ତ୍ତମାନ ଗୁଜୁରାଟ ଟାଇଟାନ୍ସ ଏକ ନମ୍ବରରେ ଏବଂ ରାଜସ୍ଥାନ ରୟାଲ୍ସ ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଛି। ଉଭୟ ଦଳ ଏ ପର୍ଯ୍ୟନ୍ତ ୯-୯ ମ୍ୟାଚ ଖେଳିଛନ୍ତି। ଏଥିରେ ଗୁଜୁରାଟର ୬ଟି ବିଜୟ ଏବଂ ରାଜସ୍ଥାନର ୫ଟି ବିଜୟ ରହିଛି। ଗୁଜୁରାଟରେ ୧୨ ପଏଣ୍ଟ ସହିତ +୦.୫୩୨ 0.532ର ନେଟ ରନ ଥିବାବେଳେ ରାଜସ୍ଥାନରେ ୧୦ ପଏଣ୍ଟ ଏବଂ ନେଟ ରନ ହାର + ୦.୮୦୦ ରହିଛି। ଉଭୟ ଦଳ ଏପର୍ଯ୍ୟନ୍ତ ଭଲ ଫର୍ମରେ ଅଛନ୍ତି, ତେଣୁ ଏହି ମ୍ୟାଚରେ କେଉଁ ଦଳ ଜିତିବ ତାହା ଦେଖିବାକୁ ବାକି ରହିଲା।

Share