ନୂଆଦିଲ୍ଲୀ,୬।୧୧: ଆଇପିଏଲ ୨୦୨୫ ପାଇଁ ହେବାକୁ ଥିବା ମେଗା ନିଲାମ ତାରିଖ ପାଇଁ ଅପେକ୍ଷା ସମାପ୍ତ ହୋଇଛି । ଏହି ମେଗା ନିଲାମ ୨୪ ଏବଂ ୨୫ ନଭେମ୍ବରରେ ସାଉଦି ଆରବର ଜେଡ୍ଡା ଠାରେ ଅନୁଷ୍ଠିତ ହେବ। ବିସିସିଆଇ କହିଛି ଯେ ଇଟାଲୀର ଜଣେ ଖେଳାଳିଙ୍କ ସମେତ ଚଳିତ ବର୍ଷର ମେଗା ନିଲାମ ପାଇଁ ମୋଟ ୧୫୭୪ ଖେଳାଳି ପଞ୍ଜିକୃତ କରିଛନ୍ତି। ଆଇପିଏଲ ଇତିହାସରେ ଏହା ପ୍ରଥମ ଥର ପାଇଁ ମେଗା ନିଲାମ ପାଇଁ ଜଣେ ଇଟାଲୀୟ ଖେଳାଳି ରେଜିଷ୍ଟର କରିଛନ୍ତି। ତେବେ ଆସନ୍ତୁ ଜାଣିବା ଏହି ଇଟାଲୀୟ ଖେଳାଳି କିଏ…
ଇଟାଲୀରୁ ରେଜିଷ୍ଟର କରିଥିବା ଖେଳାଳିଙ୍କ ନାମ ହେଉଛି ଥୋମାସ ଡ୍ରକା । ସେ ଏ ପର୍ଯ୍ୟନ୍ତ ଇଟାଲୀ ପାଇଁ ଚାରୋଟି ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ଏହା ବ୍ୟତୀତ ସେ ଗ୍ଲୋବାଲ ଟି -୨୦ କାନାଡା ଲିଗରେ ଭାଗ ନେଇଥିଲେ। ଥୋମାସ ଜଣେ ଦ୍ରୁତ ବୋଲର, ଯିଏ ଚାରୋଟି ଟି -୨୦ ଆନ୍ତର୍ଜାତୀୟ ମ୍ୟାଚରେ ୮ ଉଇକେଟ୍ ନେଉଛନ୍ତି। ଯେଉଁଥିରେ ତାଙ୍କର ଶ୍ରେଷ୍ଠ ୩/୯ ଥିଲା ।
କହୁରଖୁଛୁ ଯେ ଭାରତ ବ୍ୟତୀତ ଦକ୍ଷିଣ ଆଫ୍ରିକାର ସର୍ବାଧିକ ସଂଖ୍ୟକ ଖେଳାଳି ଆଇପିଏଲ ମେଗା ନିଲାମ ପାଇଁ ପଞ୍ଜୀକୃତ କରିଛନ୍ତି। ଆଫ୍ରିକାର ମୋଟ ୯୧ ଖେଳାଳି ପଞ୍ଜିକୃତ କରିଛନ୍ତି। ତେବେ ଅଷ୍ଟ୍ରେଲିଆ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆର ମୋଟ ୭୬ ଖେଳାଳି ନିଲାମ ପାଇଁ ରେଜିଷ୍ଟର କରିଥିବା ଜଣାପଡିଛି।