ନବରାତ୍ରିରେ ଦୁର୍ଗାଙ୍କ ମୂର୍ତ୍ତି ଏହି ସ୍ଥାନରେ ରଖି କରନ୍ତୁ ପୂଜା: ଚମକିବ ଭାଗ୍ୟ

ନବରାତ୍ରିର ନଅ ଦିନରେ, ମା’ଙ୍କ ନଅ ପ୍ରକାରର ପୂଜା ହୋଇଥାଏ। ଘରେ ମା’ଙ୍କ ପୂଜା କରିବା ଦ୍ୱାରା ସମସ୍ତ ପ୍ରକାରର ନକାରାତ୍ମକ ଶକ୍ତି ଦୂର ହୁଏ। ନବରାତ୍ରି ଦିନ, ଠିକ୍‌ ଦିଗରେ ମା’ଙ୍କ ପ୍ରତିମା ସ୍ଥାପନ କରିବା ଏବଂ ଭଲଭାବେ ପୂଜା କରିବା ପ୍ରଗତିର ରାସ୍ତା ଦେଖାଇବା ସହ ଭାଗ୍ୟ ଚମକିଥାଏ। ତେଣୁ ଜାଣନ୍ତୁ ମା’ଙ୍କ ମୂର୍ତ୍ତିଗୁଡ଼ିକ ଘରର କେଉଁ ଦିଗରେ ରଖି ପୂଜା କଲେ ଶୁଭଫଳ ମିଳିଥାଏ।

ଦେବୀ ଭଗବତୀଙ୍କ ପ୍ରତିମୂର୍ତ୍ତିକୁ ଘରର ଉତ୍ତର-ପୂର୍ବ ଦିଗରେ ସ୍ଥାପନ କରନ୍ତୁ।

ଯେଉଁଠାରେ ଆପଣ ପୂଜାପାଠ କିମ୍ବା ମୂର୍ତ୍ତି ସ୍ଥାପନ କରୁଛନ୍ତି, ତା’ର ବାହାରେ ହଳଦୀ କିମ୍ବା ସିନ୍ଦୁରରେ ସ୍ବସ୍ତିକ ଚିହ୍ନ କରନ୍ତୁ ।

୩ ଇଞ୍ଚରୁ ବଡ଼ ପ୍ରତିମୂର୍ତ୍ତିକୁ ଘରେ ରଖିବା ଉଚିତ ନୁହେଁ , ମୂର୍ତ୍ତିର ରଙ୍ଗ ହାଲୁକା ହଳଦିଆ, ସବୁଜ କିମ୍ବା ଗୋଲାପୀ ରହିବା ଉଚିତ ।

ନବରାତ୍ରିର ନବମ ଦିନରେ ଘରେ ଯଜ୍ଞ କରନ୍ତୁ।

ଘରେ ବାସ୍ତୁଦୋଷ କାଟିବା ପାଇଁ ନବମୀ କିମ୍ବା ଦଶହରାରେ ୧୦ଟି ଦୀପ ଜାଳନ୍ତୁ।