ଅଜବ ପରମ୍ପରା: ମାଟିତଳୁ ମୃତଦେହ କାଢି ଡ୍ୟାନ୍ସ କରନ୍ତି ଏହି ଜନଜାତି

ଦୁନିଆରେ ଭିନଭିନ୍ନ ଜାତି ଓ ଭିନ୍ନଭିନ୍ନ ସମ୍ପ୍ରଦାୟର ଲୋକ ବସବାସ କରନ୍ତି। ଯେଉଁମାନଙ୍କ ପରମ୍ପରା ରୀତିନୀତି ନିଆରା। ତେବେ ଆସନ୍ତୁ ଜାଣିବା ଏପରି ଏକ ଜନଜାତିଙ୍କ ବିଷୟରେ, ଯେଉଁମାନେ ସେମାନଙ୍କ ଉତ୍ସବରେ ମୃତ ଶରୀର ସହ ଡ୍ୟାନ୍ସ କରନ୍ତି।

ଘରର ସଦସ୍ୟଙ୍କ ମୃତ୍ୟୁ ହେଲେ ପରିବାରରେ ଶୋକର ଲହରୀ ଖେଳିଯାଏ। ପ୍ରାୟ ବର୍ଷେ ଯାଏଁ ସବୁ ପର୍ବପର୍ବାଣୀ ବନ୍ଦ ହୋଇଯାଏ। ପରିବାର ଏହି ମୃତବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରିବା ସହ ଦଶତୁଠ ପାଳନ କରିଥାନ୍ତି। ବ୍ରାହ୍ମଣ,ବନ୍ଧୁ , କୁଟୁମ୍ବଙ୍କୁ ଭୁରି ଭୋଜନ କରିଥାନ୍ତି। ବିଶ୍ୱାସ ଥାଏ ଏହାଦ୍ୱାରା ମୃତ ସଦସ୍ୟଙ୍କ ଆତ୍ମାଶାନ୍ତି ପାଇବା ସହ ଆର୍ଶୀବାଦ କରିଥାନ୍ତି।
କିନ୍ତୁ ମାଡାଗାସ୍କାର ଏକ ଏପରି ଜନଜାତି ଯେଉଁମାନେ ମୃତଦେହ ଧରି ପାର୍ଟି କରିଥାନ୍ତି।

ଏହି ଅଜବ ପରମ୍ପରା ପାଳନ କରୁଥିବା ଜନଜାତିର ଲୋକମାନେ ଇଷ୍ଟ ଆଫ୍ରିକାର ମାଡାଗାସ୍କାରରେ ରୁହନ୍ତି। ଏମାନଙ୍କୁ ମାଲାଗରସୀ ଜନଜାତିର କୁହାଯାଏ। ଏହି ଜନଜାତିର ଲୋକମାନେ ଫାମାଡିହାନା ନାମକ ଏକ ପରମ୍ପରା ପାଳନ କରନ୍ତି। ଏହି ପରମ୍ପରା ପ୍ରତି ସାତ ବର୍ଷରେ ଥରେ ପଡିଥାଏ। ପ୍ରଥା ଅନୁଯାୟୀ, ଜନଜାତିର ଲୋକମାନେ ସେମାନଙ୍କ ପୂର୍ବଜଙ୍କ ମୃତଦେହକୁ କବର ଭିତରୁ ବାହାର କରି ପୂଆ ପୋଷାକ ପିନ୍ଧାନ୍ତି। ପରେ ତାଙ୍କୁ କାନ୍ଧରେ ଉଠାଇ ଗୀତଗାଇ ନାଚନ୍ତି। ବିଶ୍ୱାସ ରହିଛି ଯେ ଏପରି କରିବା ଦ୍ୱାରା ମୃତ ପୂର୍ବପୁରୁଷମାନେ ସେମାନଙ୍କୁ ଆର୍ଶୀବାଦ କରିଥାନ୍ତି। ଉତ୍ସବ ପାଳନ ପରେ ମୃତଦେହଙ୍କୁ ଅନ୍ତିମ ସଂସ୍କାର କରାଯାଇ ନ ଥାଏ। ତାଙ୍କୁ ପୁଣି କବରରେ ସମ୍ମାନପୂର୍ବକ ପୋତି ଦିଆଯାଇଥାଏ। ଏହି କ୍ରମରେ ମାଲାଗାସୀମାନେ ପ୍ରତି ସାତ ବର୍ଷରେ ଥରେ ମଅତଦେହକୁ ବାହାର କରି ନାଚଗୀତ କରିଥାନ୍ତି।

ଏହି ଜନଜାତିଙ୍କ ଆହୁରି ବିଶ୍ୱାସ ଅଛି ଯେ, ମୃତଦେହ ଯେତେଶୀଘ୍ର କଙ୍କାଳରେ ପରିଣତ ହେବ ସେତେଶୀଘ୍ର ମୃତବ୍ୟକ୍ତିଙ୍କୁ ମୁକ୍ତି ମିଳିବ। ଯେପର୍ଯ୍ୟନ୍ତ ଶରୀରରେ ମାଂସ ଲାଗି ରହିବ ଆତ୍ମା ଦ୍ୱିତୀୟ ଶରୀର ଧାରଣ କରିପାରିବ ନାହିଁ।

Share