ଭୁବନେଶ୍ୱର,୧୩।୪(ବ୍ୟୁରୋ): ଜାତୀୟ ଶିକ୍ଷାନୀତିକୁ ଦୃଷ୍ଟିରେ ରଖି ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ +୩ ପାଠ୍ୟକ୍ରମ (କଳା, ବିଜ୍ଞାନ ଓ ବାଣିଜ୍ୟ) ବିଭାଗରେ ୧୦ଟି ନୂଆ ଇଲେକ୍ଟିଭ ଓ ୧୦ଟି ଦକ୍ଷତା ବିକାଶ ପାଠ୍ୟକ୍ରମ ଯୋଡାଯିବ। ଏହାକୁ ୨୦୨୨-୨୩ କିମ୍ବା ୨୩-୨୪ ଶିକ୍ଷାବର୍ଷରୁ ଏହାକୁ ଲାଗୁ କରିବା ଲାଗି ଯୋଜନା ହୋଇଥିଲା। ତେବେ ନୂତନ ଶିକ୍ଷାବର୍ଷରୁ ଏହି ବିଷୟଗୁଡିକ ପାଠ୍ୟକ୍ରମରେ ସାମିଲ କରିବାକୁ ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ପ୍ରକ୍ରିୟା ଚାଲିଛି। ମେନ୍ ପେପର ସହିତ ଇଲେକ୍ଟିଭରେ ଦକ୍ଷତା ବିକାଶ ପାଠ୍ୟକ୍ରମ ଓ ମୂଲ୍ୟଯୁକ୍ତ ଶିକ୍ଷା ସାମିଲ ଦ୍ବାରା ଛାତ୍ରଛାତ୍ରୀ ବେଶ ଉପକୃତ ହେବେ। ମୂଲ୍ୟଯୁକ୍ତ ବିଷୟ ଗୁଡିକ ମଧ୍ୟରେ ପରିବେଷ ସୁରକ୍ଷା, ବିପର୍ଯ୍ୟୟ ପରିଚାଳନା, ମାଇଁ ଇଣ୍ଡିଆ ମାଇଁ ଷ୍ଟେଟ ଭଳି ବିଷୟ ରହିଥିବା ବେଳେ ଦକ୍ଷତା ବିକାଶ ପାଠ୍ୟକ୍ରମରେ ରିଜୋନିଙ୍ଗ, ଏଲିମେଣ୍ଟାରି ମାଥମେଟିକ୍ସ, ଡାଟା ହ୍ୟାଣ୍ଡଲିଂ, କମ୍ପ୍ୟୁଟର ଥ୍ରୀ-ଡି ଗ୍ରାଫିକ୍ସ, ଆବିଲିଟି ଏନ୍ହାନ୍ସମେଣ୍ଟ ଇନ କମ୍ୟୁନିକେସନ ଭଳି ବିଷୟ ରହିଛି। ଛାତ୍ରଛାତ୍ରୀ ପାଠପଢା ସରିବା ପରେ ସେମାନଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏହି ପାଠ୍ୟକ୍ରମର ଲକ୍ଷ୍ୟ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ସେହିପରି ଦକ୍ଷତା ପାଠ୍ୟକ୍ରମରେ ସାମିଲ ହୋଇଥିବା ବିଷୟ ଗୁଡିକରେ ପିଲାମାନେ କିପରି ଗବେଷଣାମୁଖୀ ହେବେ ସେ ନେଇ ମଧ୍ୟ ପରିଷଦ ପକ୍ଷରୁ ଯୋଜନା କରାଯାଇଛି ।